ବିଧାୟକ ଙ୍କ ମନ୍ତବ୍ୟକୁ ବିରୋଧ କରି ମେଳି ବାନ୍ଧିଲେ ସରପଞ୍ଚ l 

ବିଧାୟକ ଙ୍କ ମନ୍ତବ୍ୟକୁ ବିରୋଧ କରି ମେଳି ବାନ୍ଧିଲେ ସରପଞ୍ଚ l 

0 0
Read Time:3 Minute, 30 Second

ଗଂଜାମ ଜିଲ୍ଲା ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ମନ୍ତବ୍ୟ କୁ  ବିରୋଧ କରି ମେଳି ବାନ୍ଧିଲେ ସରପଞ୍ଚ l  ଗତ କିଛି ଦିନ ତଳେ ଆସିକା ବିଧାୟକ ସରୋଜ ପାଢୀ ଭୁବନେଶ୍ୱର ଠାରେ ଗଣମାଧ୍ୟମ ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ   ଗତ ୨୪ ବର୍ଷର ବିଜେଡି ସରକାର ବିକାଶର କଥା କହି ଡିଣ୍ଡିମ ପିଟୁଥିଲେ ସତ, କିନ୍ତୁ ବିଜେଡି ନିର୍ବାଚିତ ନେତା ମାନେ  କେବଳ ପିସି କାରବାର ମଧ୍ୟରେ  ସୀମିତ ରହି ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ମାଲା ମାଲ ହୋଇଛନ୍ତି ବୋଲି ବିଧାୟକ ଶ୍ରୀ ପାଢ଼ୀ ଗଣମାଧ୍ୟମକୁ  କହିଥିଲେ।ଏବେ ଯଦି ତଦନ୍ତ ଚାଲିବ ତେବେ ଶହେ ରୁ ଶହେ ସରପଞ୍ଚ ଜେଲ ଯିବେ କହିଥିଲେ।ଏପରିକି  ତାଙ୍କ ନିର୍ବାଚନ ମଣ୍ଡଳୀର ଆସିକା ବ୍ଲକର ୨୭ ପଞ୍ଚାୟତର ସରପଞ୍ଚ ମାନେ  ଦୁନିର୍ତି ଗସ୍ତ ବୋଲି ପ୍ରକାଶ କରିଥଲେ l ଏହି ବୟାନ କୁ ତ୍ରିବ ବିରୋଧ କରି କାଳଷଣ୍ଢପୁର କାଳୀ ମନ୍ଦିର ଠାରେ   ଆସିକା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଭବାନୀ ଶଙ୍କର ମଲ୍ଲିକ ଙ୍କ ଅଧକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ବହୁ ସରପଞ୍ଚ ମାନେ ବିଧାୟକଙ୍କ ବିବୃତିରେ ପ୍ରତିକ୍ରିୟା ରଖି  ଖୋଦ୍ ବିଧାୟକ  ବାଲି ମାଫିଆ ମାନଙ୍କୁ ଧମକ ଦେଇ ଟଙ୍କା ମାଗିବା ଅଡିଓ ଭାଇରଲ ହେଉଥିବା ବେଳେ ବିଭିନ୍ନ ପଦାଧିକାରୀ ଓ ଠିକାଦାର ମାନକୁ ମଧ୍ୟ  ଶ୍ରୀ ପାଢ଼ୀ ବଟି ମଗୁଛନ୍ତି ।ସେ ନିଜେ ନିଜକୁ ଦେଖନ୍ତୁ ପରେ ଅନ୍ୟଙ୍କୁ କହିବେ ବୋଲି ମତ ରଖି  ସଭାରେ ଯୋଗଦେଇଥିବା ସରପଞ୍ଚମନେ  ବିଧାୟକ ଦେଇଥିବା ମନ୍ତବ୍ୟକୁ ଫେରାଇ ନେଇ ସର୍ବସାଧାରଣରେ କ୍ଷମା ମଗାନ୍ତୁ ବୋଲି ଦାବି କରିଛନ୍ତି। ଯେତେଦିନ ପର୍ଯ୍ୟନ୍ତ ବିଧାୟକ  ତାଙ୍କ ଭୁଲ ମାଗିନାହାନ୍ତି  ଆଗାମୀ ଦିନରେ ଉକ୍ତ ଘଟଣାକୁ ବ୍ୟାପକ କରାଯିବା ସହ ଜିଲ୍ଲା ସ୍ତରୀୟ ସରପଞ୍ଚ ସଂଘ ବୈଠକ ଡକାଯାଇ ବିଧାୟକଙ୍କୁ  ତୀଵ୍ର କରାଯିବ ବୋଲି ବୈଠକରେ ସର୍ବ ସମ୍ମତିରେ ପ୍ରକାଶ ପାଇଥିଲା ବୋଲି ସଭାରେ ଅଧକ୍ଷତା କରିଥିବା କେନ୍ଦୁପଦର ସରପଞ୍ଚ ଭବାନୀ ଶଙ୍କର ମାଲିକ ସୂଚନା ଦେଇଛନ୍ତି।ଏନେଇ ଆସନ୍ତା ବୈଠକ ଅନୁଷ୍ଠିତ ହୋଇ ବୁଧବାର ଦିନ ବିଧାୟକ ଙ୍କ ବିରୁଦ୍ଧରେ ଏକ ରାଲି ହେବ ଏବଂ ତାଙ୍କ କୁଶ ପିତୁଳା ଦାହ କାରଯିବା ପାଇଁ ବୈଠକରେ ଧାର୍ଯ୍ୟ ହୋଇଛି।ଏଥିରେ ନିମିନା ସରପଞ୍ଚ ବିଦ୍ୟାନ୍ତ ଚର୍ଚ୍ଚି, ସିଧନଈ ସରପଞ୍ଚ ନନ୍ଦ ବିଷୋୟୀ,ଚଢି଼ଆପଲ୍ଲୀ ସରପଞ୍ଚ ଜୟସେନ ସ୍ବାଇଁ,ଗହଙ୍ଗୁ ସରପଞ୍ଚ ମନୋଜ ପରିଡା,ପଣ୍ଡିଆପଥର ସରପଞ୍ଚ ନିଳାଞ୍ଚଳ ଗୌଡ଼, ଜୟନ୍ତୀ ବେହେରା,ଦେବିଭୂମିର ଗୌରହରି ବେହେରା,ଭେଟନଇ ଟୁଲୁ ଜେନା, କାଳଷଣ୍ଢପୁର ସମୀର ବେହେରା ସମେତ ବହୁ ସରପଞ୍ଚ ମାନେ ବିଧାୟକ ବିରୋଧ ବୈଠକରେ ଯୋଗଦେଇଥିଲେ।ଏନେଇ ବିଧାୟକ ଙ୍କ ପ୍ରତିକ୍ରିୟା ନେବାକୁ ଆମେ ଚେଷ୍ଟା କରିଥିଲୁ କିନ୍ତୁ ତାହା ସମ୍ଭବ ହୋଇ ନଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ରାଜନୀତି