ଆସିକା ବଡ଼ନଦୀ ପଠା ରୁ ବେଆଇନ ବାଲି ଚାଲାଣ ବେଳେ ଦୁଇଟି ଟ୍ରାକ୍ଟର କୁ ଅଟକାଇ ଆସିକା ପୋଲିସ ର ଜିମା ଦେଇଛନ୍ତି ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ଆସିକା ତହସିଲ ଅଞ୍ଚଳରେ ଦିନକୁ ଦିନ ଗୋଟିଏ ଗାଁ ରୁ ଆଉ ଏକ ଗାଁ କୁ ଏହି ଚୋରା ବାଲି କୁ ଗ୍ରାମବାସୀ ବିରୋଧ କରୁଛନ୍ତି l ଆସିକା ଦେଇ ଯାଇଥିବା ଋଷୁକୂଲ୍ୟା ଓ ବଡ଼ ନଦୀ ଅବବାହିକା ରୁ ଦିନ ରାତି ବେଧଡକ ବାଲି ଚୋରାଚାଲାଣ ହେଉଛି ସହ ସହ ଗାଡି l ବିନା ଟେଣ୍ଡର ରେ ବିନା ୱାଇ ଫର୍ମରେ ଚାଲିଛି ଦିନରାତି ବାଲି ଚୋରା ଚାଲାଣ l ସରକାର ହରାଉଛନ୍ତି କୋଟି କୋଟି ଟଙ୍କା ର ରାଜସ୍ୱ l ସରକାରୀ ବାବୁ ଓ ଖଣି ବିଭାଗ ର ଆଖି ରେ ଧୂଳି ଦେଇ କୋଟି କୋଟି ଟଙ୍କାର ବାଲି କରାଯାଉଛି ଚୋରାଚାଲାଣ l ଆଉ ନିଜ ମନଇଚ୍ଛା ନଦୀ ବନ୍ଧ କାଟି ଟ୍ରାକ୍ଟର ଓ ହାଇୱା ସାହାଯ୍ୟରେ ବାଲି ଚୋରାଚାଲାଣ କରୁଛନ୍ତି l ଏହାକୁ ଗ୍ରାମବାସୀ ବିରୋଧ କଲେ ଧମକ ଦିଆଯାଉଥିବା ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସୁଥିବା ବେଳେ ଆସିକା ବ୍ଲକର ଆଲିପୁର ପଞ୍ଚାୟତ ପଥରା ଗ୍ରାମା ରୁ ମଧ୍ୟ ଆସିଛି ସମାନ ଅଭିଯୋଗ l ପଥରା ଗ୍ରାମ ନିକଟ ବଡ଼ ନଦୀ ଅବବାହିକା ରେ ସରକାର ଙ୍କ ଲିଜ ନଥିଲେ ମଧ୍ୟ ଏଠି ମାସ ମାସ ଧରି ମାଫିଆ ମାନେ ଦିନ ରାତି ବାଲି ଚୋରାଚାଲାଣ କରୁଛନ୍ତି l ଏହାକୁ ଗ୍ରାମବାସୀ ବହୁ ବାର ବିରୋଧ କରିବା ସତେ କୌଣସି ସୁଫଳ ନମିଳିବାରୁ ଆଜି ଅପରାହ୍ନ ସମୟରେ ପଥରା ଗ୍ରାମ ନିକଟରେ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର କୁ ଗ୍ରାମବାସୀ ଅଟକାଇ ପୋଲିସ ର ଜିମା ଦେଇଥିବା ଦେଖିବାକୁ ମିଳିଛି l ତେବେ ଟ୍ରାକ୍ଟର ଦୁଇଟି ଆସିକା ବାବନପୁର ଅଞ୍ଚଳର ଜୈନିକ ବ୍ୟକ୍ତିଙ୍କ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ଘଟଣା ନେଇ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ନେଉଛି ଓ ବାଲି ଚୋରା ଚାଲାଣ ରୋକିବାରେ କେତେ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା l
ଆସିକା ବଡ଼ନଦୀ ପଠା ରୁ ବେଆଇନ ବାଲି ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ
Read Time:2 Minute, 24 Second

