……………………..
ଆସିକା(ସ୍ୱତନ୍ତ୍ର ଟିଭି)ଚାଷ ପାଇଁ ସ୍ଵାଭାବିକ ବର୍ଷା ଆବଶ୍ୟକ ସ୍ଥଳେ ଏଯାଏଁ ସେହି ମୁତାବକ ବର୍ଷା ହୋଇନଥିବା ଅଭିଯୋଗ ହୋଇଛି।ଏପର୍ଯ୍ୟନ୍ତ ଯାହା ବର୍ଷା ହୋଇଛି ତାହା ତଳିଆ ଜମିରେ ତଳି ବୁଣା କାମ ପାଇଁ ସୁହାଇଛି।କିନ୍ତୁ ଢେପୁଆ ଜମିରେ ଚାଷ କାର୍ଯ୍ୟ ପାଇଁ ସେମିତି ବର୍ଷା ପାଣି ଜମିକୁ ମିଳିନି ।ସର୍ଗ ଆଶ୍ରା ଜମିକୁ ଆହୁରି ଅଧିକ ବର୍ଷା ଅପେକ୍ଷାରେ ଚାଷୀ ଅଛନ୍ତି। କିନ୍ତୁ ଆସିକା ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ସେଭଳି କିଛି ଆଶଙ୍କା କରାଯାଇନାହିଁ।ବିଭାଗ ପକ୍ଷରୁ କହିବା ଅନୁଯାୟୀ ମୌସମୀ ଆଗମନ ପରଠୁ ଗଂଜାମ ଜିଲ୍ଲାରେ ହୋଇଥିବା ବୃଷ୍ଟିପାତ ଆସିକା ବ୍ଳକରେ ଆବଶ୍ୟକ ମୁତାବକ ବର୍ଷା ହୋଇଥିବା ଏବଂ ଗଜା ମରୁଡିର ସମ୍ଭାବନା ନଥିବା ପ୍ରକାଶ କରିଛନ୍ତି ବ୍ଲକ ଆସିଷ୍ଟେଣ୍ଡ କୃଷି ଅଧିକାରୀ ସୁବ୍ରତା ମିଶ୍ର। ବର୍ତ୍ତମାନ ୭୨୧୩ ହେକ୍ଟର ଚାଷଜମି ରେ ଚାଷ କାର୍ଯ୍ୟ ହେବା ଧାର୍ଯ୍ୟ ହୋଇଛି।ପାଖାପାଖି ୧୯ଶହ କୁଇଣ୍ଟଲ ଦେଶି ବିହନ ଏବଂ ୨୫୦ କୁଇଣ୍ଟଲ ହାଇବ୍ରିଡ଼ ବିହନ ଚାଷୀଙ୍କୁ ଦିଆଯାଇଛି।ଏପରିକି ୭ଶହ କୁଇଣ୍ଟଲ ବିହନ ଗଛିତ ଥିବା ସେ ପ୍ରକାଶ କରିଛନ୍ତି।
ଜଳବାୟୁ ରେ ବ୍ୟାପକ ଅନିୟମିତତା ଯୋଗୁଁ ମୌସୁମୀ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି। ଯାହାର ଫଳ ସ୍ୱରୂପ ସ୍ଵାଭାବିକ ଭାବରେ ବର୍ଷା ହେଉନାହିଁ। ଏଣୁ ଚାଷ କାର୍ଯ୍ୟରେ ବାଧା ଉପୁଜିଛି । ଯାହାର ବିକଳ ଚିତ୍ର ଏବେ ଦେଖିବାକୁ ମିଳିଛି। ରଜ ସଂକ୍ରାନ୍ତି ପରେ ପରେ ଚାଷୀ ନିଜର ଧାନ ବୁଣା ଓ ତଳି ପକା କାମ ଆଗେଇ ନେଇଥିଲା । ହେଲେ ସ୍ଵାଭାବିକ ଭାବରେ ବର୍ଷା ନହେବା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଥିଲା । ଆଷାଢ଼ ଯାଇ ଶ୍ରବଣ ଆସିଥିଲେ ମଧ୍ୟ ଧାନ ତଳି ବର୍ଷା ଅଭାବରୁ ବଢ଼ି ପାରୁନାହିଁ । ପାଣି ଅଭାବରୁ ତଳିରେ ଘାସ ଉଠି ଗଲାଣି । ଯାହାକି ଚାଷୀ କୁ ଅଡ଼ୁଆ ପରିସ୍ଥିତି ରେ ପକାଇଛି । ବର୍ତମାନ ରୁଆ ରୁଇ କାମ ଜୋର ସୋର ରେ ଚାଲିବା କଥା। ପାଣି ଅଭାବରୁ ତାହା ହୋଇପାରୁନାହିଁ । ଏପଟେ ବେଉଷଣ ନ ହୋଇପାରିବା ଯୋଗୁଁ ତଳି ରୁଆ ନ ହୋଇ ତାହା ଶୁଖିବାକୁ ବସିଲାଣି।ବର୍ଷାକୁ ଚାତକ ପରି ଚାହିଁ ରହିଛି ଚାଷୀ । ସଂପ୍ରତି ଆସିକା ବ୍ଲକର ଆଠ ଗୋଟି ପଞ୍ଚାୟତ ରେ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ।ବନ୍ଧ ଗାଡିଆ ଶୁଖିଲା ପଡିଥିବା ବେଳେ ବ୍ଲକ ଅଞ୍ଚଳରେ ପ୍ରବାହିତ ହେଉଥିବା ଋଷିକୁଲ୍ୟା ନଦୀ ରେ ପାଣି ନଥିବା ଯୋଗୁଁ ଏହାର ମୁଖ୍ୟ କେନାଲ ଶୁଖିଲା ପଡ଼ିଛି।ଏବେ ଧାର ଶ୍ରାବଣ ମାସରେ ଚାଷ ଜମି ଶୁଖିଲା ପଡ଼ିଥିବା ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ନିଜର ବର୍ଷକର ଫସଲ ଉଜୁଡ଼ିବା ଆଶଂକା ଥିବାରୁ ଲଘୁଚାପ ଜନିତ ବର୍ଷା କୁ ଚାତକ ପରି ଚାହିଁ ରହିଛି ଚାଷୀ।
…..

