ରୂପାନ୍ତରଣ ତାଲିକାରେ ଆସିକାର ଖମ୍ବେଶ୍ୱରୀ ପୀଠ କେବେ

ରୂପାନ୍ତରଣ ତାଲିକାରେ ଆସିକାର ଖମ୍ବେଶ୍ୱରୀ ପୀଠ କେବେ

0 0
Read Time:3 Minute, 44 Second

ଆସିକା( ୧୩/୭)ଗଞ୍ଜାମ ଜିଲ୍ଲାର ଅନ୍ୟତମ ତନ୍ତ୍ରପୀଠ ତଥା ଆସିକା ର ଆରାଧ୍ୟ ଦେବୀ ଖମ୍ବେଶ୍ୱରୀ ଏମାଟିର ଐତିହ୍ୟ, ପରମ୍ପରା ଓ ପ୍ରାଚୀନ ସଂସ୍କୃତିର ଗୌରବ ଗାଥା ବହନ କରୁଥିବା ଏହି ପୀଠ ପର୍ଯ୍ୟଟକଙ୍କୁ ବର୍ଷର ୧୨ମାସ ଆକର୍ଷିତ କରିଥାଏ | ତଥାପି ରୂପାନ୍ତରଣ ତାଲିକାରେ ଆସିକାର ଖମ୍ବେଶ୍ୱରୀ ପୀଠ ସାମିଲ ହୋଇନାହିଁ ତାହା ଦୁଃଖର ବିଷୟ ହେଇଛି। ମା ଖମ୍ବେଶ୍ୱରୀ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ଇଷ୍ଟଦେବୀ ଅଟନ୍ତି।ତାଙ୍କ ମହିମା ଅପାର।କେବଳ ଜିଲ୍ଲା କାହିଁକି ଜିଲ୍ଲା ବାହାର ରାଜ୍ୟ ଲୋକେ ମାଙ୍କ ଭକ୍ତ ଅଟନ୍ତି।ଏପରିକି ଦେଶ ବାହାରେ ମାଙ୍କ ମହିମା ବିଦିତ ତେଣୁ ସେଠାରୁ ମାଙ୍କ ଦର୍ଶନ ଓ କୃପା ଲାଭ କରିବାକୁ ଆସିଥାନ୍ତି।କେବଳ ଯେ ରାଜ ରାଜୁଡା ମାଙ୍କ ଭକ୍ତ ନଥିଲେ ।ବିଦେଶର ଗୋରା ସାଇବ ମାନେ ମଧ୍ୟ ପରମ ଭକ୍ତ ଥିଲେ ଯାହାକି ଇତିହାସରେ ଉଲ୍ଲେଖ ରହିଛି।ବହୁ ପ୍ରାଚୀନ ଓ ପୁରାତନ ଏବଂ ସାଧନା ସ୍ଥଳୀ ଏହି ପୀଠ ଯେମିତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ସଂପ୍ରତି ରାଜ୍ୟର ବିଭିନ୍ନ ପ୍ରାଚୀନ ମନ୍ଦିର ଓ ପର୍ଯ୍ୟଟନସ୍ଥଳ ଗୁଡ଼ିକୁ ରୂପାନ୍ତରଣ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଯେଉଁଥିରେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ମଧ୍ୟ ସାମିଲ ହୋଇଛି। ସେହିପରି ଶେରଗଡ଼ର କିଛି ମନ୍ଦିରକୁ ମଧ୍ୟ ରୂପାନ୍ତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ଆସିକାର ଖମ୍ବେଶ୍ୱରୀଙ୍କ ଏହି ପ୍ରାଚୀନ ପୀଠକୁ ରୂପାନ୍ତରଣରୁ ବଞ୍ଚିତ କରାଯିବାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କାରଣ ଆଜି ପର୍ଯ୍ୟନ୍ତ ଏହି ପୀଠରେ ଆଖିଦୃଶିଆ ଉନ୍ନତି ହୋଇପାରୁନି।ଏହି ପ୍ରାଚୀନ କୀର୍ତ୍ତିରାଜିକୁ ସରକାରୀ ସ୍ତରରେ ଗୁରୁତ୍ଵ ଦିଆଯାଉ ନଥିବା ଅଭିଯୋଗ ହୋଇଛି ।ରାଜ ରାଜୁଡାଙ୍କ ପ୍ରଦତ୍ତ ବିଲବାଡ଼ି ଅଦାୟରେ ମାଙ୍କ ଦୈନିକ ଭୋଗରାଗ ହେଉଛି।ସେମିତି ବହୁ ପୁରାତନ ଏହି ମନ୍ଦିରର ଗର୍ଭ ଗୃହ ଠୁ ଆରମ୍ଭ କରି ମନ୍ଦିର ମୁଖଶାଳା, ପାର୍ଶ୍ୱ ଦେବତା ମନ୍ଦିର,ଦୀପ ମଣ୍ଡପ,ଯଜ୍ଞ ମଣ୍ଡପ,ରୋଷଶାଳା ଭଳି ଅନେକ କାର୍ଯ୍ୟ ହେବାର ଆବଶ୍ୟକତା ରହିଛି।ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବା ବେଳେ ଚୈତ୍ରମାସରେ ଯେମିତି ଭକ୍ତଙ୍କ ଆଗମନ ହେଉଛି ଏଠି ଏକ ପାନ୍ଥନିବାସ ନିର୍ମାଣ କରାଯିବା ଆବଶ୍ୟକ।ଖାସକରି ପ୍ରତେକ ସଂକ୍ରାନ୍ତି ,ବୈଶାଖୀ ଯାତ୍ରା ଓ ଦଶହରା ପୂଜା ବେଳେ ପ୍ରବଳ ଭିଡ ଯୋଗୁଁ ଯାତ୍ରୀ ପାଇଁ ବ୍ୟବସ୍ଥା ସକାଶେ ପାଣି ଆଲୁଅ ବ୍ୟବସ୍ଥା ଦରକାର।ବର୍ଷ ତମାମ ପୀଠରେ ବିବାହ ଓ ଭୋଜି ହେଉ ଥିବାରୁ  ଏଠି ସୁବନ୍ଦୋବସ୍ଥ ଆବଶ୍ୟକ।ସଂପ୍ରତି ରାଜ୍ୟ ସରକାର ୫ଟି ଜରିଆରେ ରାଜ୍ୟର ବିଭିନ୍ନ ଐତିହ୍ୟସମ୍ପନ୍ନ ପୀଠର ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଇଛନ୍ତି। ଏହିକ୍ରମରେ ଆସିକାର ଖମ୍ବେଶ୍ୱରୀ ପୀଠର ମଧ୍ୟ ବିକାଶ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ