ଆସିକା ବ୍ଲକ ଦେବଭୂମି ପଚାଂୟତରେ ବିଭିନ୍ନ ଉନ୍ନୟନ ମୁଳକ ପ୍ରକଳ୍ପକୁ ବିଧାୟିକା ମଞ୍ଜୁଳା ସ୍ୱାଇଁ ଭିତିପ୍ରସ୍ଥର ସ୍ଥାପନ କରିଛନ୍ତି । ଏହି ଅବସରରେ ଦେବଭୂମି ପଚାଂୟତ ସରପଞ୍ଚ ଅଶାନ୍ତି ବେହେରାଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଓ ନେତାଙ୍କ ଉପସ୍ଥିତିରେ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା । ଆସିକା ବିଜେଡି ବ୍ଲକ ସଭାପତି ରାଜେଶ କୁମାର ପଟ୍ଟନାୟକ ସଭାପତିତ୍ୱରେ ଏକ ପଥପ୍ରାନ୍ତ ବୈଠକ ଅନୁଷ୍ଟିତ ହୋଇଥିଲା । ଏଥିରେ ରାଜ୍ୟ ସୁପ୍ରିମ ନବୀନ ପଟ୍ଟନାୟକଙ୍କ ସୁଶାସନକୁ ପ୍ରଶଂସା କରାଯାଇଥିଲା । ରାଜ୍ୟ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ପ୍ରଣୟନ କରିଛନ୍ତି। ଏହା ସହିତ ମହିଳା ମା ମାନଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଏସଏଚଜି ମାଧ୍ୟମରେ ଅନେକ ଯୋଜନା ପ୍ରଦାନ କରିଥିବା ଦଳୀୟ କର୍ମୀ ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।ଦେବଭୂମୀ ପଚାଂୟତର କର୍ପୂର ନୂଆଗାଁ ହରିଜନ ସାହି ଠାରେ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋଠ ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ସେହିଭଳି କର୍ପୁର ନୂଆଗାଁ ଠାରେ ବଜାର ଗୃହ ନିର୍ମାଣ ପାଇଁ ଭିତି ପ୍ରସ୍ଥର ସ୍ଥାପନ କରିଥିଲେ ଯାହାର ବ୍ୟୟ ଅଟକଳ ୧୦ ଲକ୍ଷ ଟଙ୍କା ରହିଛି । କାଳିଞ୍ଜି ନୂଆପଲ୍ଲୀ ଗାଁ ଠାରେ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଠାକୁରାଣି ମନ୍ଦିର ଉନ୍ନତୀ କରଣ ଭିତି ପ୍ରସ୍ଥର ସ୍ଥାପନ କରିଥିଲେ । ମାମୁଁଡିହ ଗ୍ରାମରେ ଆର.ଡି ରୋଡ ଠାରୁ ହରିଜନ ସାହି ୫ ଲକ୍ଷ ୫୪ ହଜାର ଟଙ୍କା ବ୍ୟୟ ଅଟକଳରେ ରାସ୍ତାର ଉନ୍ନତିକରଣ, ହରିଜନ ସାହି ଠାକୁରାଣି ମନ୍ଦିରକୁ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ପାଇଁ ଭିତିପ୍ରସ୍ଥର ସ୍ଥାପନା, ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଦେବଭୂମୀ ଆଳୀୟ ସମାଜ କୋଠ ଘର ଉନ୍ନତିକରଣ ପାଇଁ ଭିତିପ୍ରସ୍ଥର ସ୍ଥାପନ, ୯ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ଅଟକଳରେ ପନ୍ଦରା ସାହି ଉନ୍ନତିକରଣ,୫ ଲକ୍ଷ ଟଙ୍କାରେ ଆର.ଡି ରୋଡ ଠାରୁ ମୁନି ସାହି ରାସ୍ତାର ଉନ୍ନତିକରଣ ପାଇଁ ଭିତିପ୍ରସ୍ଥର ସ୍ଥାପନ,୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଦେବଭୂମୀ ଗ୍ରାମଦେବୀ ମନ୍ଦିର,୨୦ ଲକ୍ଷ ଟଙ୍କାରେ ଗ୍ରାମ ପଚାଂୟତ ସୁବିଧା କେନ୍ଦ୍ର ନିର୍ମାଣ ପାଇଁ ଭିତିପ୍ରସ୍ଥର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେବଭୂମି ସରପଚଂ ଅଶାନ୍ତି ବେହେରା,ଜିଲ୍ଲା ବିଜେଡି ଯୁବ ସଭାପତି ନଚିକେତା ସ୍ୱାଇଁ,ଉପସଭାପତି ଦିଲ୍ଲିପ କୁମାର ପାଣିଗ୍ରାହି,ସୂର୍ଯ୍ୟକାନ୍ତ ପରିଡା,ଅନିଲ ନାୟକ,ପୂର୍ବତନ ସମିତିସଭ୍ୟ ସନ୍ତୋଷ ନାୟକ,ପୂର୍ବତନ ସରପଚଂ ବିଜୟ ଦଳେଇ ସମେତ ବହୁ ଦଳୀୟ କର୍ମି ଯୋଗ ଦେଇଥିଲେ ।

