ସରକାରି ଘୋଷଣା ପ୍ରକାରେ ଚଳିତ ମାସ 16 ତାରିଖ ଠାରୁ 22 ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକ୍ ର ପ୍ରତି ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ସ୍ଵତନ୍ତ୍ର ଗ୍ରାମ ସଭା ଆୟୋଜନ କରାଯାଇଛି । ଆଜି ଧରାକୋଟ ବ୍ଲକ ର ଅଠର ଗୋଟି ପଞ୍ଚାୟତ ରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ପୁନିଆ ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ପ୍ରତାପ ଚନ୍ଦ୍ର ସ୍ୱାଇଁ,ପୂର୍ବତନ ସରପଞ୍ଚ ଦିଲୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।ସେହିପରି ରୁଗୁମୁ ପଞ୍ଚାୟତ କାର୍ଯ୍ୟାଳୟରେ ରେ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ଅତିଥି ଭାବରେ ସହକାରୀ ଯନ୍ତ୍ରୀ ଶାରଦା ପ୍ରସାଦ ଜେନା,ପୂର୍ବତନ ସରପଂଚ ସୁଧାକର ସ୍ବାଇଁ, ସମିତି ସଭ୍ୟ ବନବାସ ବେହେରା, ଶିକ୍ଷାବିତ ପୀତବାସ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ।ନିର୍ବାହୀ ଅଧିକାରୀ ତଥା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କିଶୋର ଚନ୍ଦ୍ର ସାହୁ ଉଭୟ ବୈଠକରେ 2023/24 ବର୍ଷ ପାଇଁ ବାର୍ଷିକ ଖସଡ଼ା ପାଠ କରିବା ପରେ ତାହା ଅନୁମୋଦନ ହୋଇଥିଲା । ଏହି ବାର୍ଷିକ ଖସଡ଼ା ରେ ପଞ୍ଚାୟତ ଉନ୍ନୟନ , ମନରେଗା, ମିଶନ ଶକ୍ତି,ଜଳଯୋଗାଣ ଅର୍ଥ ଆଦାୟ,ମିଶନ ଅନ୍ତୋଦୟ, ସମସ୍ତ ଲାଇନ ବିଭାଗ ଖର୍ଚ୍ଚ, ପଞ୍ଚଦଶ କେନ୍ଦ୍ରୀୟ ଅନୁଦାନ, ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅନୁମୋଦନ ଲାଭ କରିଥିଲା । ଆଜିର ଗ୍ରାମ ସଭା ରେ ସମସ୍ତ ୱାର୍ଡ ମେମ୍ବର, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ, ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଜି ଆର ଏସ ମୁନା ଜେନା,ଟୁଟୁ ନାହକ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।


