Read Time:1 Minute, 18 Second
ଧରାକୋଟ(୧୯.୪)ସ୍ୱତନ୍ତ୍ର ଟିଭି-
5t ବିଭାଗ ତରଫରୁ ମୋ ବିଦ୍ୟାଳୟ ରାଜ୍ୟ କମିଟିର ଏକ 16 ଜଣିଆ ଟିମ୍ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ରୂପାନ୍ତର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଆଜି ଏହି ଦଳର ପ୍ରତିନିଧି ସରୋଜ କୁମାରଙ୍କ ନେତୃତ୍ବରେ ଧରାକୋଟ ବ୍ଲକର ରେଡ୍ଡୀ ଦାମୋଦର ପଲି, ମୁଣ୍ଡମରାଇ ବାଳିକା ବିଦ୍ୟାଳୟ ଓ ସରଧାପୁର ପ୍ରସ୍ତାବିତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟର ସ୍ମାର୍ଟ କ୍ଲାସ ରୁମ,e ଲାଇବ୍ରେରୀ,ସ୍ମାର୍ଟ ପରୀକ୍ଷାଗାର, ଶୌଚାଳୟ, ଖେଳ ପଡିଆ,5t ରେ ରୂପାନ୍ତର ହେବା ପରେ ଛାତ୍ର ଛାତ୍ରୀ ମାନେ ଲାଇବ୍ରେରୀ ବହି ପଢ଼ିବା,e କଣ୍ଟେଣ୍ଟ ମାଧ୍ୟମରେ ଶିକ୍ଷାଦାନ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ହୋତା ଏହି ଟିମ ସଦସ୍ୟଙ୍କୁ ସ୍ଵାଗତ ଓ ସହଯୋଗ ପ୍ରଦାନ କରିଥିଲେ।

