ଆସିକା ବ୍ଲକ ଖାରିଆ ପଞ୍ଚାୟତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ପରିଷଦର ସଭାପତି ଶୁଖେନ୍ଦୁ ଦାସଙ୍କ ଅଧକ୍ଷତାରେ ଅୟୋଜିତ କାର୍ଯ୍ୟକ୍ରମକୁ ବିଧୟିକା ମଞ୍ଜୁଳା ସ୍ୱାଇଁ ଉଦଘାଟନ କରିଥିଲେ।ଅତିଥି ଭାବେ ଆସିକା ବିଡିଓ ଫକୀର ଚରଣ ପରିଡା,ବଂଶୀଧର ରଥ,ଶରତ ଚନ୍ଦ୍ର ପଣ୍ଡା,ଟି ଭି ଭାସ୍କର ରାଓ,ଅରବିନ୍ଦ ପଣ୍ଡା,ନବଘନ ପରିଡ଼ା,ସରପଞ୍ଚ ଜୟନ୍ତୀ ସାହୁ,ବ୍ଳକ ଉପାଧ୍ୟକ୍ଷ ରେଶମା ଦୋରା, ସମିତି ସଭ୍ୟା ସୌଦାମିନୀ ନାହାକ,ସମିତିର ଉପଦେଷ୍ଟା ଇ.ମହେଶ୍ଵରୀ ଦୋରା ମଞ୍ଚସୀନ ଥିଲେ।ଏହି ଅବସରରେ ନାରୀ କବି ରଜନୀ ରାଣୀ ମୁନିଙ୍କ ଶିଶୁ କବିତା ସଂକଳନ “ଶୁଣରେ ପିଲେ”ବିଧାୟିକା ଙ୍କ ଦ୍ଵାରା ଉନ୍ମୋଚିତ ଓ ଲୋକାର୍ପିତ ହୋଇଥିଲା।ନାରୀ କବି ରେଣୁପ୍ରଭା ଦାସ ଓ ସନ୍ଧ୍ୟାରାଗର ସମ୍ପାଦକ ପଞ୍ଚାନନ ନାହାକଙ୍କ ସଂଯୋଜନାରେ ଦେଶାତ୍ମବୋଧକ କବିତା ପାଠୋତ୍ସବଅନୁଷ୍ଠିତ ହୋଇଥିଲା। ଦୂତୀୟ ଅଧିବେଶନରେ ନାରୀ କବୀ ରଜନୀ ରାଣୀ ମୁନୀ ଓ ସମାଜସେବୀ ଇ.ମହେଶ୍ୱରୀ ଦୋରାଙ୍କୁ ତୁହି ମା ଜନନୀ ସମ୍ମାନରେ ସମ୍ମନିତ କରାଯାଇଥିଲା।ନୃତ୍ୟକଳା ପାଇଁ ସୁଶ୍ରୀ ଶୁଭଶ୍ରୀ ନାୟକ,ଅଙ୍କନ କଳା ପାଇଁ ନିହାରିକା ଗୌଡ଼,କ୍ରୀଡାବିତ ଭାବେ ଖରିଆର ଲିଜା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସଂପାଦକ ରବୀନ୍ଦ୍ର ମଲ୍ଲ, ପ୍ରଶାନ୍ତ ନାୟକ,ସନ୍ତୋଷ ପାଣି,ମୃତଞ୍ଜୟ ରଥ,ବୁଦ୍ଧିରାମ ନାହାକ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।ଉପ ସଭାପତି ଶରତ ପଣ୍ଡା ଧନ୍ୟବାଦ ଦେଇଥିଲେ।
ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ
Read Time:2 Minute, 4 Second

