ଖପ୍ରାଖୋଲ ପୋଲିସ ଦ୍ୱାରା ୪୭୬ ବୋତଲ କଫ ସିରଫ ଜବତ ସହିତ ତିନି ଗିରଫ

ଖପ୍ରାଖୋଲ ପୋଲିସ ଦ୍ୱାରା ୪୭୬ ବୋତଲ କଫ ସିରଫ ଜବତ ସହିତ ତିନି ଗିରଫ

0 0
Read Time:1 Minute, 53 Second


ବାଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୋଲିସ ଏକ ବଡ଼ ଧରଣର ବେଆଇନ କଫ ସିରଫ ମାଫିଆ ଙ୍କ ପର୍ଦାଫାଶ କରିଛି |ଦୀର୍ଘଦିନ ହେବ ଅଂଚଳ ରେ ବେଆଇନ ନିଶାକାରବାର କରୁଥୁବା ଅଭିଯୁକ୍ତ ମାନଙ୍କୁ ଧରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣ କଫ ସିରଫ, ନିଶା ବଟିକା ସହ ଟଙ୍କା ମୋବାଇଲ ଗାଡି ଜବତ କରିଛି ପୁଲିସ |ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଙ୍କ କହିବା ଅନୁସାରେ ଗତକାଲି ସାନ୍ଧ୍ୟା 8 ଟା ସମୟରେ ଖପ୍ରାଖୋଲ ଥାନା ସାନ ଉଡେନ ଗାଁର ଖେଳପଡିଆ ଠାରେ କଫ ସିରଫ ର ଚୋରା ଚାଳାଣ ହେଉଥୁବା ପୁଲିସ ଜାଣିବାକୁ ପାଇଥିଲା |ଏନେଇ ତୁରନ୍ତ ଘଟଣା ସ୍ଥଳରେ ଚଢାଉ କରି 476 ବୋତଲ କଫ ସିରଫ ସହିତ ନଗଦ 7200 ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବାଇକ ଜବତ କରି ସେଠାରୁ ଏଥିରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଥାନା କୁ ଆଣିଛି ପୁଲିସ |ଗିରଫ ଅଭିଯୁକ୍ତ ମାନେ ହେଲେ ରଶ୍ମିରଂଜନ ବରିହା,ରମେଶ ବାରା ,ଶେଷ ସେଠ ବୋଲି ଜଣାପଡିଛି। କଫ ସିରଫ କାରବାର ର ମାଷ୍ଟର ମାଇଣ୍ଡ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ସୁନୀଲ ପୁଟେଲ ଫେରାର ଥିବା ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ସୁନୀଲ ପଟେଲ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗାଁ ର ବୋଲି ଜଣାପଡିଛି।ଏବଂ
ଜବତ କଫ ସିରପ ର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ବୋଲି ଜଣାପଡିଛି ।ଆଗକୁ ମଧ୍ୟ୍ୟ ଏମିତି ଚଢ଼ାଉ ଜାରି ରହିବ ବୋଲି ପୁଲିସ କହୁଛି |

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ