ବିଶ୍ବହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଶୋଭାଯାତ୍ରା

ବିଶ୍ବହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଶୋଭାଯାତ୍ରା

0 0
Read Time:1 Minute, 18 Second

ଆସିକାରେ ବିଶ୍ବହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଆସିକା ସହରରେ ରହିଥିବା  ପାଞ୍ଚୋଟି ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା।ଉଭୟ ସଂଘର କର୍ମକର୍ତ୍ତା ଏବଂ ସଭ୍ୟ ମାନେ ଏକତ୍ରିତ ହୋଇ ଏକ ରାଲିରେ ବାହାରିଥିଲେ।ରାମ  ନାମରେ ପ୍ରକମ୍ପିତ ହୋଇଥିଲା ଆସିକା ସହରର ମଠ ମନ୍ଦିର ।ଶ୍ରୀ ରାମ ନବମୀ ହେଉଛି ହିନ୍ଦୁ ମାନଙ୍କର ଏକ ପବିତ୍ର ପର୍ବ, ରାମ ନବମୀ ଚୈତ୍ର ଶୁକ୍ଳପକ୍ଷର ନବମୀ ଦିନରେ ପାଳନ କରାଯାଏ,ଏହି ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ଆସିକାରେ ଆୟୋଜିତ ହୋଇଛି  ଶୋଭାଯାତ୍ରା। ସାରା ସହର ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହୋଇଥିଲା।   ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ତ୍ରେତୟା ଯୁଗରେ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ଜନ୍ମ ତିଥିକୁ ରାମ ଭକ୍ତ  ତଥା ପ୍ରେମୀ ଶ୍ରୀ ରାମ ନବମୀ ଭାବରେ ଆଦର ଓ ଭକ୍ତିରେ ପାଳନ କରାଯାଇଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ