ରାମନବମୀ ଉତ୍ସବ ପାଳନ ବେଳେ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ

ରାମନବମୀ ଉତ୍ସବ ପାଳନ ବେଳେ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ

0 0
Read Time:1 Minute, 42 Second

ପବିତ୍ର ରାମନବମୀ ପାଳନ ପାଇଁ ସାର ଆନ୍ଧ୍ରପ୍ରଦେଶ ରାଜ୍ୟର ସମସ୍ତ ରାମମନ୍ଦିର ଗୁଡ଼ିକରେ ବ୍ୟାପକ ଜନସମାଗମ ଦେଖିବା ପାଇଁ ମିଳିଛି କିନ୍ତୁ ଏହି ରାମନବମୀ ଉତ୍ସବ ପାଳନ ସମୟରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ପ୍ରମୁଖ ରାମମନ୍ଦିର ଭେନୁଗୋପାଲା ସ୍ବାମୀ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାମନବମୀ ଯୋଗୁଁ ଏଠାକୁ ବହୁ ରାଜ୍ୟର ଭିନ୍ନ ଭିନ୍ନ ଜାଗାରୁ ବହୁ ଭକ୍ତ ଆସୁଥିବା ଯୋଗୁଁ ଠାକୁର ଦର୍ଶନ ସମୟରେ ଭକ୍ତଙ୍କ ଖରାରୁ ରକ୍ଷା କରିବା ପାଇଁ ମନ୍ଦିର କମିଟି ପକ୍ଷରୁ ମନ୍ଦିର ଭିତରେ କାଠ ଦ୍ଵାରା ଗୋଟିଏ ବିରାଟ ଟେଣ୍ଟ ନିର୍ମାଣ କରାଯାଇଥିଲା ଏବଂ ଏହା ଉପରେ ନଡ଼ିଆ ଡାଳ ଦ୍ଵାରା ଢ଼ଙ୍କା ଯାଇଥିଲା କିନ୍ତୁ ସଟ ସର୍କିଟ ଯୋଗୁଁ ମନ୍ଦିରରେ ନିଆଁ ଲାଗିଯାଇଥିଲା ଏବଂ ଏହା ଧୀରେ ଧୀରେ ସଂପୂର୍ଣ୍ଣ ମନ୍ଦିର ମଧ୍ୟରେ ବ୍ୟାପି ଯାଇଥିଲା ଓ ସଂପୂଣ୍ଣ ମନ୍ଦିର ନିଆଁର ଆୟତକୁ ଚାଲିଯାଇଥିଲା। ତେବେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି, କିନ୍ତୁ ମନ୍ଦିର କମିଟିର ଉଚିତ ବୁଦ୍ଧି ଯୋଗୁଁ ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟି ନଥିବା ଜଣାପଡିଛି, ତେବେ ନିଆଁରୁ ଭକ୍ତ ମାନଙ୍କୁ ଉଦ୍ଧାର କରିବା ପାଇଁ ଯାଇ କିଛି ମନ୍ଦିର କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ