ଗ୍ୟାସ ଉପଭୋକ୍ତା ଏବେ ଜଙ୍ଗଲ ମୁହାଁ

ଗ୍ୟାସ ଉପଭୋକ୍ତା ଏବେ ଜଙ୍ଗଲ ମୁହାଁ

0 0
Read Time:2 Minute, 5 Second

ଧରାକୋଟ ଅଞ୍ଚଳର ଗ୍ୟାସ ଉପଭୋକ୍ତା ଏବେ ଜଙ୍ଗଲ ମୁହାଁ। କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଉଜ୍ଵଳା ଯୋଜନା କାର୍ଯ୍ୟକାରୀ କରିବା ପରେ ଗରିବ ପରିବାର ଏଥିରୁ ବେଶ ଉପକୃତ ହୋଇ ପାରିଥିଲେ । ଲୋକେ ପୂର୍ବ ପଦ୍ଧତିର ହାଣ୍ଡି ଚୁଲି ରୋସେଇ ଛାଡ଼ି ଗ୍ୟାସ ଆଡ଼କୁ ମୁହାଁଇ ଥିଲେ । ଯାହା ଫଳରେ ଜଙ୍ଗଲର ସୁରକ୍ଷା ହେବା ସହ ପ୍ରକୃତିର ସନ୍ତୁଳନ ମଧ୍ୟ ହୋଇଥିଲା । ଥରକୁ ଥର ତିନି ଥର ଗ୍ୟାସ ଦର ବୃଦ୍ଧି ପାଇ ବର୍ତ୍ତମାନ ଏହା 1150 ଟଙ୍କାକୁ ବୃଦ୍ଧିପାଇଛି। ଯାହାକି ମଧ୍ୟବିତ୍ତ ପରିବାରର ମେରୁଦଣ୍ଡ ଦୋହଲାଇ ଦେଇଛି। ଧରାକୋଟ ରେ ଥିବା ଭାରତ ଗ୍ୟାସ ପଏଣ୍ଟ ଅଧୀନରେ ପ୍ରାୟ 14000 ଉପଭୋକ୍ତା ରହିଥିବା ବେଳେ ଉଜ୍ୱଳା ହିତାଧିକାରୀ ସେଥିରୁ ପ୍ରାୟ 7000 । ସଂପ୍ରତି ଧରାକୋଟ ଅଞ୍ଚଳର ଗ୍ରାମାଞ୍ଚଳର ହିତାଧିକାରୀ ଏବେ ଜଙ୍ଗଲ ମୁହାଁ। ନିକଟସ୍ଥ ସୂଳିଆ, ଚାପୁଡିଆ, ଧନୁସିଂହ, କସେଇ ଜଙ୍ଗଲକୁ ରାତି ପାହିଲେ ସ୍ତ୍ରୀ ପୁରୁଷ କାଠ କାଟିବା ପାଇଁ ଯାଉଛନ୍ତି । ନିଜ ଘରେ ରୋଷାଇ ପାଇଁ କାଠ ରଖିବା ସହ ବାହାରେ ବିକ୍ରି କରୁଛନ୍ତି । ଯାହା ଫଳରେ ଜଙ୍ଗଲ କ୍ଷୟ ସହ ପଶୁପକ୍ଷୀ ଅସୁରକ୍ଷିତ ହୋଇ ପଡ଼ୁଥିବା ଦେଖା ଯାଉଛି। ପର୍ଯ୍ୟାପ୍ତ ପରିମାଣର ଗ୍ୟାସ ମିଳୁଥିଲେ ମଧ୍ୟ ସରକାର ଙ୍କ ଘୋଷଣା ମୁତାବକ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ମାଗଣା ଡେଲିଭେରି ଦିଆଯାଉନାହିଁ । ଉପଭୋକ୍ତା ବୁକିଂ ପରେ ଘରେ ଗ୍ୟାସ ପହଂଚିବା ପରେ ପରିବହନ ଖର୍ଚ୍ଚ ଦେବାକୁ ପଡ଼ୁଛି । ଗୋଟିଏ ପଟେ କିରୋସିନି ର ଅଭାବ ସାଙ୍ଗକୁ ଗ୍ୟାସ ର ମୂଲ୍ୟ ବୃଦ୍ଧି ନିମ୍ନ ଓ ମଧ୍ୟବିତ୍ତ ପରିବାରକୁ ବେଶ ବାଧୁଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ