ନବ ନିର୍ବାଚିତ ଆସିକା ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷିତ ହୋଇଛି। ନିର୍ବାଚନ ଅଧିକାରୀ କାଳୀ ଚରଣ ଦାଶ ସଂଘ ର ସଭାପତି ରୂପେ ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ଶର୍ମା, ଉପସଭାପତି ରୂପେ ଛବିଳରାମ ମିଶ୍ର,ସମ୍ପାଦକ ରୁପେ ନାରାୟଣ ମୁନି,ସହ ସମ୍ପାଦକ ନୀଳାମ୍ବର ବେହେରା,କୋଷାଧ୍ୟକ୍ଷ ରୂପେ ସନ୍ତୋଷ କୁମାର ମିଶ୍ର, ଲାଇବ୍ରେରୀ ସମ୍ପାଦକ ସିମାଞ୍ଚଳ ସେଠୀ ପ୍ରମୁଖ ଙ୍କୁ ବିଜୟୀ ଘୋଷଣା କରିଥିଲେ।ସମସ୍ତ ପଦବୀ ନିମନ୍ତେ ଜଣେ ଲେଖା ଲେଖା ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ଓ ସମସ୍ତଙ୍କୁ ବିନା ପ୍ରତିଦ୍ବନ୍ଦିତା ରେ ବିଜୟୀ ଘୋଷଣା କରାଯାଇଥିଲା।ପରେ ସଂଘ ର ବହୁ ସଦସ୍ୟ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓକିଲ ସଂଘର ନୂତନ କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବୈଠକରେ ସୁଧାଂଶୁକୁମାର ପଣ୍ଡା,ସରୋଜ ତ୍ରିପାଠୀ,ପୂର୍ଣ ଚନ୍ଦ୍ର ନାୟକ, ରାମ ପ୍ରସଦ ମିଶ୍,ଲଳିତ ମୋହନ ଦାଶ, ସରତେନ୍ଦୁ ପଣ୍ଡା, ଚନ୍ଦ୍ର ଶେଖର ପାତ୍ର, ଅଜିତ ଚୌଧିରି, ସରୋଜ କୁମାର ନାୟକ,ଚିତ ରଞ୍ଜନ ଦାଶ, ପି ରବିନ୍ଦ କୁମାର ପାତ୍ର, ଶିଵ ଶଙ୍କର ପାତ୍ର କାଳୀ ଚରଣ ଦାଶ ,ଚିନ୍ତା ମଣି ମେକାପ, ଦୁର୍ଗା ଚରଣ ପଟ୍ଟନାୟକ, ଜି ସୂର୍ଯ୍ୟ ପ୍ରକାଶ ରାଓ,ନାରାୟଣ ଜେନା,ଜୟ ଚନ୍ଦ୍ର ନାୟକ, ଶିଶିର କୁମାର ନାୟକ, ବୁଢା ପାଣିଗ୍ରାହୀ, ସନ୍ତୋଷ କୁମାର ପାଣିଗ୍ରାହୀ, ସଂଜୟ କୁମାର ପାତ୍ର, ପ୍ରଶ୍ନ କୁମାର ବିଷୋୟୀ, ଏନ୍. ଯଜ୍ଞ ଆଚାରି, ନାରାୟଣ ହୋତା, ନାରାୟଣ ବେହେରା, ଦେବରାଜ ମିଶ୍ର, ପ୍ରଭାତ କୁମାର ପାଢ଼ୀ,ଶିବରମ ପ୍ରଧାନ, ସୁଧୀର କୁମାର ତ୍ରିପାଠୀ, ଦ୍ଵାରିକା ପରିଡ଼ା,ହର୍ଷ ରଞ୍ଜନ ପାଢ଼ୀ ଅଜିତ କୁମାର ନାୟକ, ଅଜିତ କୁମାର ପ୍ରଧାନ, ଅଜିତ କୁମାର ମୁନି,ରୁଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୫ ତାରିଖରେ ନୂତନ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ ଗ୍ରହଣ କରିବେ।

