ମା ଖମ୍ବେଶ୍ବରୀ ଙ୍କ ଚୈତ୍ର ପର୍ବ:ହଜାର ହଜାର ପିଲାଙ୍କ ମୁଣ୍ଡନ

ମା ଖମ୍ବେଶ୍ବରୀ ଙ୍କ ଚୈତ୍ର ପର୍ବ:ହଜାର ହଜାର ପିଲାଙ୍କ ମୁଣ୍ଡନ

0 0
Read Time:1 Minute, 52 Second

ଗଞାମ ଜିଲ୍ଲା ର ଅନ୍ୟତ୍ତମ  ଶକ୍ତି ପୀଠ ଆସିକାରେ ବିଜେ ମା ଖମ୍ବେଶ୍ବରୀ ଠାକୁରାଣୀଙ୍କ ଚୈତ୍ର ପର୍ବର ତୃତୀୟ ପାଳି ମଙ୍ଗଳବାର ରେ ବିପୁଳ ସଂଖ୍ୟାରେ ଭକ୍ତଙ୍କ ସମାଗମ  ହୋଇଛି।ଜିଲ୍ଲା ତଥା ରାଜ୍ୟର  ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଏହି ପୀଠକୁ ଆସି ନିଜ ପିଲାଙ୍କ ପ୍ରଥମ ଚୁଟିକୁ ମୁଣ୍ଡନ କରିବା ବିଧି ଓ ପରମ୍ପରା କେଉଁ ଆବାହମାନ କାଳରୁ ଏହି ପ୍ରଥା ଚଳି ଆସିଥିବାରୁ ଆଜି ସହଶ୍ରାଧିକ ପିଲାଙ୍କ ମୁଣ୍ଡନ ହୋଇଛି। ।ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ କୁ ଦୃଷ୍ଟି ରେ ରଖି ପ୍ରଶାସନ ଓ ମନ୍ଦିର କମିଟି ମଧ୍ୟରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ଇଷ୍ଟଦେବୀ ମା ଖମ୍ବେଶ୍ବରୀ ଙ୍କ ମହିମା  ତଥା ଯଶ ଓ ଖ୍ୟାତି  ଏବଂ   ଅପାର କରୁଣା ରହି ଥିବାରୁ ଭକ୍ତମାନେ ପୀଠକୁ ଦୌଡ଼ି  ଆସନ୍ତି ।ପିଲାଙ୍କ ପ୍ରଥମ ଚୁଟି ଏହି ପିଠରେ ପକାଇଲେ ରୋଗ ଏବଂ ବ୍ୟାଧି ଦୂର ହେବା ସାଙ୍ଗକୁ ଅଭିଷ୍ଟ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ଲୋକଙ୍କ ଅଗାଢ଼ ବିଶ୍ବାସ ରହିଛି । ତେଣୁ ଭକ୍ତମାନେ ଠାକୁରାଣୀଙ୍କ ପୀଠକୁ ଆସି ପିଲାଙ୍କୁ ମୁଣ୍ଡନ କରିବା ସହ ମାଙ୍କ ପ୍ରିୟ ପଞ୍ଚାଅମୃତ ଓ ଭୋଗରାଗ  କରନ୍ତି । ପ୍ରାତଃ ସେବା ନିତୀ ପରେ ବାଳଭୋଗ, ଆଳତୀ  ପୂଜାର୍ଚ୍ଚନା ପରେ ଅନ୍ନଭୋଗ ,ପହଡ଼ ପରେ ସନ୍ଧ୍ୟା ଆଳତି ,ରାତ୍ରି ଅନ୍ନଭୋଗ ପରେ ମାଙ୍କ ଠାକୁରାଣୀ ର ନଗର ପରିକ୍ରମା ସାରି ମଧ୍ୟ ରାତ୍ରିରେ ମା  ଗମ୍ଭୀରାକୁ ଫେରନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ