ବଣୁଆ ମାଙ୍କଡ଼ କାମୁଡ଼ାରେ ଦୁଇ ଛାତ୍ର ଗୁରୁତର

ବଣୁଆ ମାଙ୍କଡ଼ କାମୁଡ଼ାରେ ଦୁଇ ଛାତ୍ର ଗୁରୁତର

0 0
Read Time:1 Minute, 17 Second

କୋଟିନାଡ଼ା ଥାନା ଅଧିନ ଧୋବାଡି ଗ୍ରାମରେ ବଣୁଆ ମାଙ୍କଡ଼ ଆତଙ୍କ ଦେଖାଦେଇଛି।ମାଙ୍କଡ଼ କାମୁଡ଼ାରେ ଦୁଇ ଜଣ ଛାତ୍ର ଗୁରୁତର ହୋଇ ଆସିକା ମେଡିକାଲ ରେ ଚିକିତ୍ସିତ ହେଇଛନ୍ତି। ସୂଚନା ପ୍ରକାରେ ଗ୍ରାମର ପଞ୍ଚମ ଶ୍ରେଣୀର ଛାତ୍ର ଆଶୁତୋଷ ପାଣିଗ୍ରାହୀ ଓ ଚତୁର୍ଥ ଶ୍ରେଣୀର ଛାତ୍ର ବିଚିତ୍ର ସେଠି ନିଜ ଗ୍ରାମର ସ୍କୁଲରୁ ପରୀକ୍ଷା ଦେଇ ଘରକୁ ଫେରୁଥିବା ସମୟରେ ଗୋଟିଏ ବଣୁଆ ମାଙ୍କଡ଼ ଉଭୟଙ୍କୁ ଆକ୍ରମଣ କରିଥିଲା। ଚିତ୍କାର କରି ଛାତ୍ର ଦୁଇ ଜଣ ଦୌଡ଼ି ଥିଲେ ମଧ୍ୟ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡି ଥିଲା। ଉଭୟ ଙ୍କୁ ଗା ଲୋକେ ଗୁରୁତର ଅବସ୍ଥାରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ବେଳେ ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି। ସୂଚନା ଥାଉକି ପୂର୍ବରୁ ଛଅ ଦିନ ତଳେ ମଧ୍ୟ ସେହି ଗ୍ରାମର ଦୁଇ ଜଣ ମାଙ୍କଡ଼ କାମୁଡ଼ାରେ ଗୁରୁତର ହୋଇଥିଲେ।ମାଙ୍କଡ କାମୁଡାକୁ ନେଇ ଅଂଚଳରେ ଆତଙ୍କ ଖେଳିଯାଇଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories