ଧରାକୋଟ ତାଲୁକା ବିଶ୍ଵକର୍ମା ସମାଜ ବଢେଇ କୂଳ ତରଫରୁ 44 ତମ ବିଶ୍ଵକର୍ମା ପୂଜା ଓ ବାର୍ଷିକ ସାଧାରଣ ପରିଷଦ ବୈଠକ ହୀରାଖଣ୍ଡି ସ୍ଥିତ ବିଶ୍ଵକର୍ମା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ କୂଳ ସଭାପତି ତାରିଣୀ ଚରଣ ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ହାଡୁ ବନ୍ଧୁ ମହାରଣା ସଂପାଦକୀୟ ବିବରଣୀ ପାଠ କରି ଗତ ତିନି ବର୍ଷ ର ହିସାବ କିତାବ ପ୍ରଦାନ କରିଥିଲେ।ଏହି ଅବସରରେ ରାଜଶ୍ରୀ ଦୟାନିଧି ମହାରଣା ଙ୍କ ଦ୍ଵାରା ସମାଜ ଗୃହର ଶୁଭ ଉଦଘାଟନ ହୋଇଥିଲା । ଆଜି ପ୍ରଭାତରୁ ହୋମ, ଯଜ୍ଞ,ପୁଷ୍ପାଞ୍ଜଳି ଓ ତାଲୁକ୍ ସ୍ତରୀୟ ସାମୁହିକ ପୂଜା ଅନୁଷ୍ଠିତ ହୋଇଥିଲା। କରୋନା ପାଇଁ ସମାଜର ବୈଠକ ଦୀର୍ଘ ଦୁଇ ବର୍ଷ ହେଲା ବନ୍ଦ ରହିଥିଲା ।ଆଜିର ବୈଠକରେ ବଢେଇ କୂଳ ର ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତିରନ ହୋଇଥିବା 48 ଜଣ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ବାର୍ଷିକ ଉତ୍ସବରେ କୂଳ ଭାଇମାନଙ୍କୁ ନିର୍ମାଣ ଶ୍ରମିକ ଯୋଜନାରେ ସାମିଲ କରିବା ରେ ସରଳୀ କରଣ କରିବା,ବାଲ୍ୟ ବିବାହ ରୋକିବା,କନ୍ୟା ଭ୍ରୁଣ ହତ୍ୟା ରୋକିବା,ପ୍ରଯୁକ୍ତି ବିଦ୍ୟା ଓ ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ କୌଳିକ ବୃତ୍ତି ରେ ପାରଦର୍ଶିତା ହାସଲ ପାଇଁ ଆହ୍ବାନ କରାଯାଇଥିଲା । ଯୁଗସହ ତାଳଦେଇ କୌଳିକ ବୃତ୍ତି କୁ ଆଗକୁ ନେବାପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ।ଉପ ସଭାପତି ବାବୁଲା ମହାରଣା ,ଉପଦେଷ୍ଟା ଡାକ୍ତର ମହାରଣା ସ୍ଥାନୀୟ କର୍ମକର୍ତ୍ତା ରଙ୍କନିଧି ମହାରଣା,ସୁଧାଂଶୁ ମହାରଣା ପ୍ରମୁଖ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ। ସହ ସଂପାଦକ ଉମା ଚରଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଗତ 2009 ମସିହାରୁ ହିରଖଣ୍ଡି ଅନନ୍ତ ବାସୁଦେବ ମନ୍ଦିର ନିକଟରେ ଧରାକୋଟ ତାଲୁକା ବଢେଇ କୂଳ ତରଫରୁ ଏକ ବିଶ୍ଵକର୍ମା ମନ୍ଦିର ନିର୍ମାଣ କରାଯାଇ ପ୍ରତ୍ୟହ ପୂଜା ପାଠ ସହ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି ।

