ଧରାକୋଟ ଅଞ୍ଚଳରେ ବିଶ୍ଵକର୍ମା ପୂଜା

ଧରାକୋଟ ଅଞ୍ଚଳରେ ବିଶ୍ଵକର୍ମା ପୂଜା

0 0
Read Time:1 Minute, 26 Second

ଧରାକୋଟ ବ୍ଲକର ବିଭିନ୍ନ ସ୍ଥାନରେ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ବେଶ ଯାକ ଜକମରେ ପାଳନ ହୋଇଯାଇଛି। ବ୍ଲକ୍ କାର୍ଯ୍ୟଳୟ ରେ ଇଞ୍ଜିନିୟରିଂ ବିଭାଗ ତରଫରୁ କାର୍ଯ୍ୟଳୟ ପରିସରରେ ବିଶ୍ଵକର୍ମାଙ୍କ ମୂର୍ତ୍ତି ରଖାଯାଇ ପୂଜା ଅର୍ଚ୍ଚନା କରାଯାଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିଥିଲେ। ବି ଡି ଓ ଡେନିସ ବେହେରା ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।ସେହିପରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ଋଷିକୁଲ୍ୟା ନଦୀ ନିକଟସ୍ଥ କାର୍ଯ୍ୟଳୟରେ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳନ ହୋଇଯାଇଛି।ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ,କନିଷ୍ଠ ଯନ୍ତ୍ରୀ ଚିନ୍ମୟୀ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂଜା ପାରମ୍ପରିକ ରୀତି ନୀତି ପ୍ରକାରେ ପାଳନ ହୋଇଯାଇଛି। ଏଥିରେ ବିଭାଗର ସମସ୍ତ କର୍ମଚାରୀ ଏବଂ ବ୍ଲକର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ସେହିପରି ମାଣିକପୁର,ଚରିଛକ୍, ଢ଼ଉଗାଁ, ଦସମାଇଲି ରେ ବିଶ୍ଵକର୍ମା ପୂଜା ପାଳନ ହୋଇଯାଇଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories