ଧରାକୋଟ ବ୍ଲକରେ ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ ଶୁଭାରମ୍ଭ

ଧରାକୋଟ ବ୍ଲକରେ ସ୍ୱଚ୍ଛତା ହିଁ ସେବା ପକ୍ଷ ପାଳନ ଶୁଭାରମ୍ଭ

0 0
Read Time:1 Minute, 43 Second

ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଘୋଷଣା କରାଯାଇଥିବା ସ୍ୱଚ୍ଛତା ହିଁ ସେବା ପକ୍ଷ ଶୁଭାରମ୍ଭ ହୋଇ ଯାଇଛି। ପ୍ରଥମ ପର୍ଯ୍ୟାୟରେ ଧରାକୋଟ, ମୁଣ୍ଡମରାଇ,ଗୋଲା ଦାମୋଦର ପଲ୍ଲୀ ଓ ବରଡାବାଲି ପଞ୍ଚାୟତ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସରପଞ୍ଚ ପୁନିଆ ଦାସ, ପୂର୍ବତନ ସରପଂଚ ଦିଲୀପ ସ୍ୱାଇଁ,ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସାହୁ, ଜି ଆର ଏସ ମୁନା ଜେନା ଙ୍କ ସହ ଉଚ୍ଛାହି ଯୁବକ ମାନେ ଧରାକୋଟ ପଞ୍ଚାୟତ କାର୍ଯ୍ୟାଳୟ ପରିସର, କାଳୀ ମନ୍ଦିର,ଦରୁଆ ବନ୍ଧ ରାସ୍ତା,ପୁରୁଣା ବ୍ୟାଙ୍କ୍ ସାହି ରାସ୍ତାରେ ସଫେଇ କରିଥିଲେ । ସେହିପରି ମୁଣ୍ଡମରାଈ ରେ ସରପଞ୍ଚ ଅଭିମନ୍ୟୁ ସେଠୀ,ନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ୱାଇଁ, ସମାଜସେବୀ ଶିବ ଶଙ୍କର ପାତ୍ର, ଜି ଆର ଏସ ସମ୍ପିରା ଗମାଙ୍ଗ ପ୍ରମୁଖ ପଞ୍ଚାୟତ ପରିସର,କୋଠରୀ ମନ୍ଦିର ,ମୁନି ସାହି ଛକ, ତଳ ସାହି ରାସ୍ତା ପ୍ରମୁଖ ସଫେଇ କରିଥିଲେ। ସେହିପରି ବରଡାବାଲି ପଂଚାୟତରେ ସରପଞ୍ଚ ଅହଲ୍ୟା ସ୍ୱାଇଁ ଓ ଗୋଲା ଦାମୋଦର ପଲ୍ଲୀ ପଂଚାୟତରେ ସରପଞ୍ଚ କମଳ ଲୋଚନ ରେଡ୍ଡୀ ଙ୍କ ନେତୃତ୍ବରେ ସ୍ୱଚ୍ଛତା ପକ୍ଷ ପାଳନ ହୋଇ ଯାଇଛି।ଆଜିଠାରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବ୍ଲକର ସମସ୍ତ ଅଠର ଗୋଟି ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories