ଅଜବ ନୀତି ବନ ବିଭାଗର। ଜଙ୍ଗଲରେ ଛେଳି ଚରୁଥିବା ବେଳେ ବନ ବିଭାଗ ଲଗାଇଥିବା ଗଛର ଡାଳ ଖାଇଦେଲା। ତେଣୁ ଛେଳି କୁ ଉଠାଇ ନେଇ ୩ଦିନ ହେଲା ବନ୍ଦ କୋଠରୀରେ ବାନ୍ଧି ରଖିଛନ୍ତି ବନ କର୍ମଚାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ରେ । ଖଲ୍ଲିକୋଟ ବ୍ଲକ ମଥୁରା ପଂଚାୟତର ଭରାଷା ନୂଆପଲ୍ଲୀ ଗ୍ରାମରେ ଥିବା ଏକ ପାହଡରେ କିଛି ଛେଳି ଚାଷୀ ନିଜ ଛେଳି ଗୋଠ ନେଇ ଚରାଇବାକୁ ଯାଇଥିଲେ । କିନ୍ତୁ ଛେଳି ଚରିବା ବେଳେ କିଛି ଛେଳି ବନ ବିଭାଗ ବୃକ୍ଷ ରୋପଣ କରିଥିବା କିଛି ଗଛର ଡାଳକୁ ଖାଇ ଦେଇଥିଲେ । ଆଉ ଏଥିରେ ରାଗି ଯାଇ ସେଠାରେ ଗଛ ରକ୍ଷଣ ବେକ୍ଷଣ ଦାୟିତ୍ୱରେ ଥିବା ଦୁଇ ଜଣ ବନ କର୍ମଚାରୀ ଛେଳି ଗୋଠର ଗୋଟିଏ ଛେଳି କୁ ଉଠାଇ ନେଇ ଯାଇଛନ୍ତି । ଛେଳି ଚାଷୀ ଭାଇ ମାନେ ଏହାକୁ ବିରୋଧ କରିବାରୁ ବନ କର୍ମଚାରୀ ରାଗିଯାଇ ଛେଳି ଗୋଠର ମାଲ୍ଲିକ କୁ ଗାଳି ଗୁଲଜ କରିବା ସହ ଛେଳି ନେବାକୁ ଆସିଲେ ହାଣିଦେବୁ କହି ଧମକ ଦେଇଥିବା ଛେଳି ମାଲିକ ଅଭିଯୋଗ କରିଛନ୍ତି । ଜୋର ଜବରଦସ୍ତ ସାଙ୍ଗରେ ଛେଳିଟିକୁ ନେଇଯାଇଥିଲେ ବନ କର୍ମଚାରୀ । ଛେଳିଟିକୁ ଛାଡିବା କୁ ଛେଳି ମାଲିକ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଛେଳିଟିକୁ ଛାଡି ନଥିଲେ । ୩ଦିନ ହେଲାଣୀ ଛେଳିଟିକୁ ଖଲ୍ଲିକୋଟ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୋଷ୍ଟମଟମ ରୁମରେ ବନ୍ଦି କରି ରଖିଛନ୍ତି । ଯହା ଏବେ ଖଲ୍ଲିକୋଟ ଅଂଚଳରେ ଅଲୋଚନାର ବିଷୟ ପାଲଟିଛି । ଏହି ସମ୍ପର୍କରେ ଖଲ୍ଲିକୋଟ ରେଞ୍ଜର କ୍ୟାମେରା ସାମ୍ନା ରେ କୌଣସି ପ୍ରତିକ୍ରିୟା ଦେବା କୁ ମନା କରିଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଆମେ ବିଭିନ୍ନ ସମୟରେ ଗଣମାଧ୍ୟମ ରେ ଦେଖାଇଛୁ ଖଲ୍ଲିକୋଟର ବିଭିନ୍ନ ଜଙ୍ଗଲରୁ ବାରମ୍ବାର ମୁଲ୍ୟବାନ ଶାଗୁଆନ କାଠକୁ କାଠ ମାଫିଆ କାଟି ନେଉଥିବା ବେଳେ ଆଜି ଯାଏଁ କାଠ ମାଫିଆ କୁ ଧରିବାରେ ସକ୍ଷମ ହୋଇ ପାରିନି ବନ ବିଭାଗ କିନ୍ତୁ ଛେଳି ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ନେଇ ବନ୍ଦି କରି ପୋଷ୍ଟମଟମ ରୁମରେ ରଖିବା ଏକ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ବନ ବିଭାଗର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ତିନିଦିନ ହେଲା ବନ କର୍ମଚାରୀ ବନ୍ଦି କରି ରଖିଛନ୍ତି
Read Time:2 Minute, 45 Second

