ବିଜୟନଗର ଜିଲ୍ଲାର ଗଜପତିନଗରମ୍ ପଞ୍ଚାୟତର ମାରିକଭାଲସ ଗ୍ରାମର ଯୁବତୀ ଟି.କଳାଭତି ବିଶାଖାପାଟଣାରେ ଆୟୋଜିତ ଏକ ପରୀକ୍ଷା ଲେଖିବା ପାଇ ଆବେଦନ କରିଥିଲେ।ତେବେ ଆଜି ସେ ପରୀକ୍ଷା ଲେଖିବାର ଥିଲା, କିନ୍ତୁ ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଚିତ୍ରାବତି ନଦୀରେ ବନ୍ୟା ଆସି ବହୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି, ଏଥିରୁ ତାଙ୍କ ଗ୍ରାମ ମାରିକଭାଲସ ବି ରହିଛି। ତଥାପି ସେ ପରୀକ୍ଷା ଦେବା ପାଇଁ ମନସ୍ଥ କରିଥିଲେ, ତେବେ ଏହି ଭରା ନଦୀ ପାର ହେବାକୁ ତାଙ୍କ ୨ ଭାଇ ତାଙ୍କୁ ସହଯୋଗ କରିଥିଲେ, ୨ ଭାଇ ନିଜ ଭଉଣୀକୁ କାନ୍ଧରେ ବସାଇ ଭରା ନଦୀ ପାର କରାଇଥିଲେ ଏବଂ ଯୁବତୀ ଜଣକ ସେଠାରୁ ବିଜୟନଗର ଓ ବସ ଯୋଗେ ବିଶାଖାପାଟଣା ପହଞ୍ଚି ପରୀକ୍ଷା ଦେଇଛନ୍ତି। ତେବେ ଏହି ସମସ୍ତ ଦୃଶ୍ୟ କ୍ୟାମେରାରେ କଏଦ ହେବା ସହ ବର୍ତ୍ତମାନ ଏହା ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି, ଯାହାକୁ ନେଇ ଜନସାଧାରଣ ମଧ୍ୟରେ ଭାଇ ଓ ଭଉଣୀ ସମ୍ପର୍କ ଓ ଦୁଃସାହସିକ କାର୍ଯ୍ୟକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

