ଧରାକୋଟ ରେ ବ୍ଲକ୍ ସ୍ତରୀୟ ଗୁରୁ ଦିବସ ପାଳନ

ଧରାକୋଟ ରେ ବ୍ଲକ୍ ସ୍ତରୀୟ ଗୁରୁ ଦିବସ ପାଳନ

0 0
Read Time:2 Minute, 4 Second

ଧରାକୋଟ ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଏ ବି ଇ ଓ ପ୍ରଦୀପ କୁମାର ହୋତା, ଉମା ଚରଣ ପାଣିଗ୍ରାହୀ, ବୁଚି ରାଓ ଦୋରା ପ୍ରମୁଖ ଉପସ୍ଥିତ ରହି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳ ଚିତ୍ରରେ ମାଲ୍ାର୍ପଣ କରିବା ପରେ ତାଙ୍କର ତ୍ୟାଗ ପୂତ ଜୀବନୀ ଓ ଗୁରୁ ଶିଷ୍ୟ ମଧ୍ୟରେ ରହି ଆସିଥିବା ମହାନ ପରମ୍ପରା ସଂପର୍କରେ ସାରଗର୍ଭକ ଆଲୋଚନା ସହ ଶିକ୍ଷକ ମାନେ ଏହାକୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ଈଶ୍ୱର ଚନ୍ଦ୍ର ପୃଷ୍ଟି,ସିମଞ୍ଚଳ ଶତପଥୀ, ଶ୍ୟାମ ସୁନ୍ଦର ସାହୁ,ବିମଳ ପ୍ରସାଦ ପଟ୍ଟନାୟକ ଓ ଜଗିଲି ସେଠୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସେହିପରି ନୂତନ ଭାବେ ବ୍ଲକରେ ଜଏନ କରିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା ।ମୃତ୍ୟୁ ବରଣ କରିଥିବା ଶିକ୍ଷକ ରାଜ କିଶୋର ସାହୁ ଓ ପ୍ରଦୀପ କୁମାର ନାୟକଙ୍କ ପରିବାର ପରିଜନ ମାନଙ୍କୁ ଦଶହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।ଶିକ୍ଷକ ସଂଘ ସଭାପତି ସୁକ୍ରୁ ବେହେରା,ସମ୍ପାଦକ ସନ୍ତୋଷ ପଟ୍ଟନାୟକ, ସହ ସମ୍ପାଦକ ଅମୂଲ୍ୟ ଚନ୍ଦ୍ର ମିଶ୍ର,ଉପ ସଭାପତି ରବୀନ୍ଦ୍ର ନାଥ ପଲାଇ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଓ ସି ଆର ସି ସି ଭାସ୍କର ବାଡତ୍ୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମରେ ସହଯୋଗ ପ୍ରଦାନ କରିଥିଲେ। ବ୍ଲକ୍ ସ୍ତରର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ଯୋଗ ଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଶିକ୍ଷା