ପୂଜା ପେଣ୍ଡେଲରେ ମେଲୋଡି ବେଳେ ଗଣ୍ଡଗୋଳ :ପୋଲିସର ଲାଠିଚାର୍ଜ

ପୂଜା ପେଣ୍ଡେଲରେ ମେଲୋଡି ବେଳେ ଗଣ୍ଡଗୋଳ :ପୋଲିସର ଲାଠିଚାର୍ଜ

0 0
Read Time:1 Minute, 23 Second

ଗଣେଷ ପୂଜା ମେଲୋଡି ବେଳେ ଗଣ୍ଡଗୋଳକୁ ନେଇ ପୋଲିସର ଲାଠିଚାର୍ଜ ଉତ୍ୟକ୍ତ ଲୋକଙ୍କ ଥାନାରେ ଭଂଗାରୁଜା । ସୋନପୁର ସହରରେ ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ଏଭଳି ଅଘଟଣ । ସୋନପୁର ସହର ମଝିପଡାରେ ରାମଧୁନ କ୍ଲବ ପକ୍ଷରୁ ଚାଲିଥିବା ଗଣେଷ ପୂଜାର ମେଲୋଡି ସମୟରେ କିଛି ଯୁବକଙ୍କ ଝଗଡା ହୋଇଥିଲା । ଘଟଣାସ୍ଥଳରେ ଥିବା ପୋଲିସ ଝଗଡାକୁ ସମାଧାନ କରିବାକୁ ଯାଇଥିବାବଳେ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ ଗଣ୍ଡଗୋଳ କରୁଥିବା ଯୁବକମାନେ । ଫଳରେ ପୋଲିସ ପରିସ୍ଥିତିକୁ ଆୟତ କରିବାକୁ ମୃଦୁ ଲାଠିଚାଳନା କରିଥିଲା । ଫଳରେ ଉତ୍ୟକ୍ତ ଯୁବକମାନେ ବିଳମ୍ବିତ ରାତ୍ରୀରେ ଟାଉନଥାନାକୁ ଆସି ଥାନାର ଝରକା କାଚ ଭାଂଗିଥିବା ଜଣାପଡିଛି । ଘଟଣାକୁ ନେଇ ପୋଲିସ ପକ୍ଷରୁ ପୃଥକ ପୃଥକ ଭାବେ ୨ ଗୋଟି କେସ ହୋଇଛି । ଗୋଟିଏ ପୂଜାପାଇଁ ପାରମିସନ ମାଗିବାକୁ ଆସିଥିବା ଲୋକଙ୍କ ଉପରେ ହୋଇଥିବାବେଳେ ଅନ୍ୟ କେସଟି ଥାନାରେ ଭାଂଗିଥିବା ଲୋକଙ୍କ ନାଁରେ ହୋଇଥିବା ଜଣାପଡିଛି । ତେବେ ଏନେଇ ପୋଲିସ କୌଣସି ପ୍ରତିକ୍ରୀୟା ଦେବାକୁ ମନା କରିଦେଇଛି

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories