Read Time:53 Second
ଯାଜପୁର ରାଇଛନ୍ଦା ଗାଁ ରେ ଭାଲୁ ଆକ୍ରମଣ ରେ ଜଣେ ଆହାତ। ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର।ସୂଚନାଯୋଗ୍ୟ ଆଜି ସକାଳୁ ରାଇଛନ୍ଦା ଗାଁ ର ବଟ ସାହୁ ନାମକ ଜଣେ ବ୍ୟକ୍ତି ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା।ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି।

