Read Time:1 Minute, 7 Second
ଏକର ଏକର ଚାଷ ଜମିରୁ ବର୍ଷାଜଳ ନିଷ୍କାସନ ହୋଇ ପାରୁନଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିରଵଦ୍ରଷ୍ଟା ସାଜିଥିବା ଅଭିଯୋଗରେ ଆଜି ପୁରିଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତରବୋଇ ଓ ରେସିଙ୍ଗାର ୩୦ ଚାଷୀ ନିମାପଡା ବଳଙ୍ଗା ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି । ବିଡ଼ିଓଙ୍କୁ ଜଣାଇବା ପରେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମିତ ଏକ ନୂତନ ରାସ୍ତାରେ ବର୍ଷାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ପୂର୍ବବର୍ଷ ପରି ଚଳିତ ବର୍ଷାରେ ବର୍ଷାଜଳ ଚାଷଜମିରେ ଜମି ରହିଛି । ଗତ୧୫ଦିନ ପୂର୍ବରୁ ବ୍ଲକ ପ୍ରଶାସନକୁ ଜଳନିଷ୍କାସନ ପାଇଁ ଲିଖିତ ଅନୁରୋଧ କରିବା ପରେ ମଧ୍ୟ କେହି ସୁଣୁ ନଥିବାରୁ ବାଧ୍ୟ ହୋଇ ଚାଷୀ ରାସ୍ତାକୁ ଓଲ୍ଲାହିଲେ ବୋଲି ଗ୍ରାମବାସୀ କହିଛନ୍ତି ।

