ଧରାକୋଟ ଶ୍ରିରାଜ ଉଚ୍ଚ ବିଦ୍ୟାଳୟ ରେ ଭିନ୍ନକ୍ଷମ ପିଲାଙ୍କ ନିମନ୍ତେ ଶିକ୍ଷକଙ୍କ ତାଲିମ ଓ ପରାମର୍ଶ ଶିବିର ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବ୍ଲକ୍ ଶିକ୍ଷା ଅଧିକାରୀ କୋରେଶ ସେଠୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିବା ବେଳେ ଏ ବି ଡି ଓ ପ୍ରଦୀପ କୁମାର ହୋତା, ଉମାଚରଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଶିବିରରେ ଭିନ୍ନକ୍ଷମ ପିଲାଙ୍କ ଚିହ୍ନଟ ଏବଂ ଏକୋଇଶି ପ୍ରକାର ଭିନ୍ନକ୍ଷମତା ସମ୍ପର୍କରେ ସୂଚନା ପ୍ରଦାନ ସହ ଭିନ୍ନକ୍ଷମ ପିଲାଙ୍କୁ ଉପଯୁକ୍ତ ଶିକ୍ଷାଦାନ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଦିଗପହଣ୍ଡି ଓ ସୋରଡ଼ା ବ୍ଲକ୍ ବି ଆର ଟି ସୁଶାନ୍ତ ପ୍ରଧାନ ଓ ଜଗନ୍ନାଥ ବେହେରାଙ୍କ ସହ ଜାନବିଲି ବିଦ୍ୟାଳୟ ର ଶିକ୍ଷୟତ୍ରୀ ଚିନ୍ମୟୀ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଧରାକୋଟ ବି ଆର ଟି ସୀତାକାନ୍ତ ପଣ୍ଡା କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଅନ୍ତର୍ଣିବେଶି ସ୍ବେଛାସେବୀ ଶିବଶଙ୍କର ସାହୁ ଓ ସଞ୍ଜୟ ସେଠୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ । ଏହି ତାଲିମ ଓ ପରାମର୍ଶ ଶିବିରରେ ୧୫୦ ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

