Read Time:58 Second
ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ପଞ୍ଚାୟତ କେନ୍ଦୁପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମରେ କେନ୍ଦୁପଦର ଗ୍ରାମପଂଚାୟତ ର ସରପଞ୍ଚ ଭବାନୀ ଶଙ୍କର ମଲିକ(ଟୁଟୁ ମାଲିକ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ କରିଥିଲେ l ସ୍କୁଲର ୧୩୦ ଜଣ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ବେଳେ ସି. ଆର. ସି. ନିରଞ୍ଜନ ପରିଡା, ବିଦ୍ୟାଳୟ ର ଶିକ୍ଷକ , ଶିକ୍ଷୟତ୍ରୀ , ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଅରବିନ୍ଦ ଜେନା ଓ ପରିଚାଳନା ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l

