ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

0 0
Read Time:1 Minute, 39 Second

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଧରାକୋଟ ଆଞ୍ଚଳିକ ସମ୍ମିଳନୀ ଗୋଲା ଦାମୋଦର ପଲ୍ଲୀ ସ୍ଥିତ ଠାକୁରାଣୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସାଥୀ ବିଦେଶୀ ପାତ୍ର ପତାକା ଉତ୍ତୋଳନ କରି ଶହୀଦ ବେଦିରେ ପୁଷ୍ପମାଲ୍ୟ ପ୍ରଦାନ ପରେ ତାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗଞ୍ଜାମ ଜିଲ୍ଲା ସମ୍ପାଦକ ସାଥୀ ପ୍ରକାଶ ପାତ୍ର ସମ୍ମିଳନୀ କୁ ଉଦଘାଟନ କରି ଜିଲ୍ଲା,ରାଜ୍ୟ ଓ ଦେଶର ରାଜନୈତିକ ପରିସ୍ଥିତି ସହ ଦରଦାମ ନିୟନ୍ତ୍ରଣ, ବେକାରୀ ସମସ୍ୟା,କୃଷି ଜାତ ଫସଲର ସମୁଚିତ ମୂଲ୍ୟ, କଳ କାରଖାନା ରେ ନିଯୁକ୍ତିର ସୃଷ୍ଟି କରିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ସାଥୀ ବିଦେଶୀ ନାହାକ ସଂପାଦକୀୟ ବିବରଣୀ ପାଠ ପରେ ଏକ ନୂତନ କମିଟି ଗଠନ ହୋଇଥିଲା । ସମ୍ପାଦକ ରୁପେ ବିଦେଶୀ ନାହାକ,ସହ ସମ୍ପାଦକ ରୁପେ ରଘୁନାଥ ପାତ୍ର,ସନ୍ତୋଷ ସ୍ୱାଇଁ, ରାମଚନ୍ଦ୍ର ସାହୁ,ଶଙ୍କର ସାହୁ ଓ ପ୍ରସନ୍ନ ରାଉତ ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ଏହି ସମ୍ମିଳନୀରେ ଯୁବ ସଭାପତି ପ୍ରଦୀପ ସେଠୀ,ରାଜେନ୍ଦ୍ର ଦାସ, ପୀତବାସ ମହାପାତ୍ର,ନାରାୟଣ ଜେନା,ଅରୁଣ ପଣ୍ଡା, ଭଜରାମ ଲେଙ୍କା ଓ ସନ୍ୟାସୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories