ଧରାକୋଟ , ଲଘଚାପ ଜନିତ ବର୍ଷାରେ ଘର ଭୁଶୁଡ଼ି ଦୁଇ ଗୁରୁତର

ଧରାକୋଟ , ଲଘଚାପ ଜନିତ ବର୍ଷାରେ ଘର ଭୁଶୁଡ଼ି ଦୁଇ ଗୁରୁତର

0 0
Read Time:1 Minute, 42 Second

ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତ ସଦମହକୁମାରେ ଚଳିତ ଲଘୁଚାପ ଜନିତ ବର୍ଷାରେ ଦୁଇଟି ଘର ଭୁଶୁଡ଼ି ପଡ଼ିବା ଯୋଗୁଁ ଗୋଟି ଦୁଇ ଜଣ ଗୁରୁତର ଆହତ ହେବାରୁ ତାଙ୍କୁ ପ୍ରଥମେ ଧରାକୋଟ ମେଡିକାଲ ରେ ଭର୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ବାହାରପୁର ଗ୍ରାମର ତେଲି ସାହିର ଆଶାକର୍ମୀ ରତ୍ନମାଳା ସାହୁ ଓ ଭଜରାମ ସାହୁ ଙ୍କ ଘର ଚଳିତ ଲଘଚାପଜନିତ ବର୍ଷା ଯୋଗୁଁ ଗତ ଶନିବାର ସନ୍ଧ୍ୟାରେ ଅଚାନକ ଭୁଶୁଡ଼ି ପଡ଼ିବା ଯୋଗୁଁ ଆଶାକର୍ମୀ ରତ୍ନମାଳା ସାହୁ ଓ ତାଙ୍କ ପୁଅ କିଶନ ସାହୁ ଆହତ ହେବାରୁ ସେମାନଙ୍କୁ ପ୍ରଥମେ ଧରାକୋଟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ତରଫରୁ କୌଣସି ପଦାଧିକାରୀ ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତମାନ ସୁଦ୍ଧା ଭୁଶୁଡ଼ି ପଡ଼ିଥିବା ଛାତର ବଳକା ଅଂଶ ବିପଦପୂର୍ଣ୍ଣ ଭାବରେ ରହିଥିବାରୁ ପରିବାରର ଅନ୍ୟ ସଦସ୍ୟମାନେ ପଡୋଶୀ ବ୍ୟକ୍ତିଙ୍କ ପିଣ୍ଡାରେ ଆଶ୍ରୟ ନେଇଛନ୍ତି । ଏପଟେ ବର୍ଷା ଲାଗି ରହିଥିବାରୁ ଘର ଭିତରକୁ ଯିବା ସମ୍ଭବ ହେଉନାହିଁ । ଏଣୁ ପ୍ରଶାସନ ତରଫରୁ ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସରପଞ୍ଚ ଗୀତା ନାୟକ ଓ ସମିତି ସଭ୍ୟ ସୁଜାତା ଜେନା ଦାବୀ କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories