ଭାରତୀୟ ଷ୍ଟେଟ ବ୍ୟାଙ୍କ  ପକ୍ଷରୁ  ଅବସର ପ୍ରାପ୍ତ କର୍ମଚାରୀ ପେନସନ ଭୋଗୀ  ଙ୍କ ବୈଠକ

ଭାରତୀୟ ଷ୍ଟେଟ ବ୍ୟାଙ୍କ  ପକ୍ଷରୁ  ଅବସର ପ୍ରାପ୍ତ କର୍ମଚାରୀ ପେନସନ ଭୋଗୀ  ଙ୍କ ବୈଠକ

0 0
Read Time:2 Minute, 23 Second

ଆସିକା ଷ୍ଟେଟ ବ୍ୟାଙ୍କ  ମୁଖ୍ୟ ଶାଖା ପରିସରରେ ଆଜି ଅପରାହ୍ନ ରେ ପେନସନ ପାଉଥିବା ଅବସର ପ୍ରାପ୍ତ କର୍ମଚାରୀ ଙ୍କ ବୈଠକ ଅନୁଷ୍ଠିତ ହୋଇଛି। ଶାଖାର ମୁଖ୍ୟ ପ୍ରବନ୍ଧକ ଅରବିନ୍ଦ  ମହାପାତ୍ର ଙ୍କ ପୌରହିତ୍ୟି ରେ ଅନୁଷ୍ଠିତ ଏହି ବୈଠକରେ  ଆସିକା ଆଞ୍ଚଳିକ କାର୍ଯ୍ୟାଳୟ ର ଚିଫ ମେନେଜର ଅପରେସନ ଖଗେଶ୍ବର ବେହେରା ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଗଣେଶ ରଥ, ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ  ସଂଘ ର କର୍ମକର୍ତ୍ତା ଅଜିତ ପଟ୍ଟନାୟକ, କ୍ଷେତ୍ର ଅଧିକାରୀ ଅଭିଷେକ ରାୟ ପ୍ରମୁଖ ଯୋଗ ଦେଇଥିଲେ। ଶାଖା ପରିଚାଳକ ସୀତାକାନ୍ତ ବେହେରା ଙ୍କ ସଂଯୋଜନାରେ ବୈଠକରେ ବକ୍ତାମାନେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ କଷ୍ଟ ଅର୍ଜିତ ଟଙ୍କା ର ସୁରକ୍ଷା, ଅଜଣା ଫୋନ ଓ ମେସେଇଜ୍ ସହ ଲିଙ୍କ କୁ ଗ୍ରହଣ ନ କରିବା, ସାଇବର କ୍ରାଇମ ଓ ଲୋନ୍ ଆପ ର ପ୍ରଲୋଭନ ରେ ନ ପଡ଼ିବା,ଅଜଣା ବ୍ୟକ୍ତି ଙ୍କୁ ବ୍ୟାଙ୍କ ର ତଥ୍ୟ ନ ଦେବା, ସଞ୍ଚିତ ଟଙ୍କା କୁ କୋଣସି ଲୋକ ର ପ୍ରଲୋଭନ ରେ ଠକ ସଂସ୍ଥା ରେ ନ ରଖି ସୁରକ୍ଷିତ ଭାବେ କୌଣସି ସରକାରୀ ବ୍ୟାଙ୍କ ରେ ଜମା ଦେବା, ଆବଶ୍ୟକ ସ୍ଥଳେ ବ୍ୟାଙ୍କ କୁ ଆସି ସହାୟତା ନେବା ଆଦି ବିଷୟ ରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ପେନସନ ଭୋଗୀ ଓ ବରିଷ୍ଠ ନାଗରିକ ଙ୍କ ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟର ଖୋଲି ସହାୟତା ପ୍ରଦାନ ପାଇଁ ଆଲୋଚନା ହୋଇଥିଲା। ଏହି ବୈଠକରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ସୁବାସ ଚନ୍ଦ୍ର ପାତ୍ର, ଦୁର୍ଗା ପ୍ରସାଦ ପଣ୍ଡା, ବନମାଳୀ ସାମନ୍ତରା, ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ପୀତବାସ ମହାପାତ୍ର,ସଚି ମହାନ୍ତି ଙ୍କ ସମେତ ବହୁ ପେନସନ ଭୋଗୀ ଯୋଗ ଦେଇଥିଲେ। ବ୍ୟାଙ୍କ ପକ୍ଷରୁ ବରିଷ୍ଟ ପେନସନ ଭୋଗୀ ଗଣେଶ ରଥ,ଅଜିତ ପଟ୍ଟନାୟକ ସମେତ ବର୍ଷୀୟାନ ସେନା କର୍ମଚାରୀ ଗୌରହରୀ ଖଟାଇ ଙ୍କୁ ସମ୍ମାନିତ କରାଯାଇଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories