ଅପହରଣ ପରେ ହତ୍ୟା ଘଟଣାରେ ୪ ଗିରଫ

ଅପହରଣ ପରେ ହତ୍ୟା ଘଟଣାରେ ୪ ଗିରଫ

0 0
Read Time:1 Minute, 43 Second

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ ଗୋବିନ୍ଦପୁର ଗ୍ରାମରେ ଗତ ୧୬ଜୁଲାଇ ରାତ୍ର ସମୟରେ ଟୁଟୁ ନହାକ କୁ ପ୍ରଥମେ ଅପହରଣ ଓ ପରେ ପାଟପୁର ଝରଣା ଜଙ୍ଗଲକୁ ନେଇ ସଂଘବଦ ଭାବେ ଅତି ନିର୍ମମ ହତ୍ୟା କରି ମରଶରୀରକୁ ପୋଡ଼ିଥିଲେ । ଏହି ଘଟଣାରେ କବିସୂର୍ଯ୍ୟନଗର ପୋଲିସ ୨୯୪/୨୨ ପ୍ରକାରେ ୪ ଜଣକୁ ଗିରଫ କରିଛି। ଘଟଣାରେ ବ୍ୟବହୃତ ଯାଇଲୋ ଗାଡି ,ମୋବାଇଲ ଓ ମାରଣାସ୍ତ୍ର ଜବତ କରି ଆସାମୀକୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଘଟଣାରେ ଗିରଫ ସଂଖ୍ୟା ୬ କୁ ବୃଦ୍ଧି ପାଇଛି। ଗିରଫ ୪ ଜଣଙ୍କ ମଧ୍ୟରେ ଗୌତମ ( ବୁଢା ଗୌଡ଼ ), ପ୍ରଶାନ୍ତ ପତି, ସୀମାଞ୍ଚଳ ସାହୁ, ଏଲ. ଶିବ ପାତ୍ର ଅଟନ୍ତି।କବିସୂର୍ଯ୍ୟନଗର ଥାନାରେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବି. କେ ଦଳାଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ଟୁଟୁ ନାହାକର ମୃତ ଦେହକୁ ପ୍ରଥମେ ପାଟପୁର ପୋଲିସ ଜଙ୍ଗଲ ମଧ୍ୟରୁ ଠାବ କରିଥିଲା ।ଶବ ଚିହ୍ନଟ ହେବା ପରେ କବିସୂର୍ଯ୍ୟନଗରରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା।ପ୍ରଥମ ପର୍ଯ୍ୟାୟରେ ମୃତକଙ୍କ ଶଶୁର ଯୋଗେନ୍ଦ୍ର ଦଳାଇ ଓ ଶଳା ପ୍ରଭାକର ଦଳାଇକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ରବିବାର ଗିରଫ ୪ ଜଣକୁ ମିଶାଇ ମୋଟ ୬ ଜଣ କୋର୍ଟ ଚାଲାଣ ହୋଇଥିବା ବେଳେ ଏଥିରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଅପରାଧ