ଶୋଚନୀୟ ସ୍ଥିତିରେ ଢ଼ଉଗାଁ ଯାତ୍ରୀ ବିଶ୍ରାମ ଗାର

ଶୋଚନୀୟ ସ୍ଥିତିରେ ଢ଼ଉଗାଁ ଯାତ୍ରୀ ବିଶ୍ରାମ ଗାର

0 0
Read Time:1 Minute, 29 Second

ଧରାକୋଟ ବ୍ଲକର ଢ଼ଉଗାଁ ତଳ ତିନିଛକ ଠାରେ ଅବସ୍ଥିତ ଯାତ୍ରୀ ବିଶ୍ରାମ ଗାର ଶୋଚନୀୟ ସ୍ଥିତିରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥ 59 ପାର୍ଶ୍ୱରେ ଟିନିଛକ ଠାରେ ଅବସ୍ଥିତ ଏହି ବିଶ୍ରମଗାର ଉପରେ ଆଖ ପାଖ ଅଂଚଳର ପ୍ରାୟ ପନ୍ଦର ଖଣ୍ଡ ଗ୍ରାମର ଲୋକେ ନିର୍ଭର କରନ୍ତି। ଏହି ଛକରୁ ଦିଗପହଣ୍ଡି,ଧରାକୋଟ,ସୋରଡ଼ା,ଆସିକା ଓ ବ୍ରହ୍ମପୁର ଯିବାପାଇଁ ଯାତ୍ରୀ ମାନେ ବସ କୁ ଅପେକ୍ଷା କରିଥାନ୍ତି । ଖରା, ବର୍ଷା ଓ ଶୀତ ସବୁଦିନ ଏଠାରେ ଗହଳି ଲାଗିରହିଥାଏ। ଦୀର୍ଘ ଦିନ ପୂର୍ବରୁ ନିର୍ମିତ ଏହି ବିଶ୍ରାମ ଗାର ସଂପ୍ରତି ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଏହାର ଛାତ ଦୁର୍ବଳ ହୋଇ ଯିବାରୁ ତଳ ପଟରୁ ପାଣି ଗଳି ସିମେଣ୍ଟ ଖଣ୍ଡ ଖସୁଛି। ଚାରି ପାର୍ଶ୍ୱ ରେ ଅବସ୍ଥିତ ସିମେଣ୍ଟ ଖମ୍ବ ଗୁଡ଼ିକ ଫଟି ଗଲାଣି । ଏଣୁ ଏହା କେଉଁ ମୁହୂର୍ତ୍ତରେ ଭୁଶୁଡ଼ି ଯିବ ତାହା କହି ହେଉନାହିଁ। ଫଳରେ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏଣୁ ଢ଼ଉ ଗାଁ ଗ୍ରାମ ପଞ୍ଚାୟତ କିମ୍ବା ଧରାକୋଟ ବ୍ଲକ୍ କର୍ତ୍ତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣ ଦାବୀ କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍