ଧରାକୋଟ ରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ଘୁମୁସର ଜିଲ୍ଲା ବିଜେପି ର କାର୍ଯ୍ୟ କର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦଳର ବରିଷ୍ଠ ନେତା ପ୍ରଦୀପ କୁମାର ପତ୍ରୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବୈଠକର ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମାଲିକ ଉପସ୍ଥିତ ରହି ଆଗାମୀ 2024 ମସିହାର ନିର୍ବାଚନପାଇଁ ବ୍ଲସ୍ତରୀୟ ସଂଗଠନ କୁ ମଜବୁତ୍ କରିବା ପାଇଁ ଆଲୋଚନା କରିଥଲେ। ଆଜିର ବୈଠକ ରେ କର୍ମୀ ମାନେ ଏକତ୍ରିତ ହୋଇ ସଂଗଠନକୁ ସୁଦୃଢ କରିବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ସର୍ବାଧିକ ମାର୍କ ରଖିଥିବା ବ୍ଲକ ସ୍ତରର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ପରେ ବାଲ୍ମୀକି ସ୍ୱର ଅନାଥ ଆଶ୍ରମର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ସହ ସେଠାରେ ବୃକ୍ଷ ରୋପଣ କରାଯାଇଥିଲା। ଆଜିର ସମ୍ମିଳନୀରେ ବରିଷ୍ଠ ନେତା ବିନାୟକ ତ୍ରିପାଠୀ,ଅରୁଣ ପଣ୍ଡା,ନାରାୟଣ ବେହେରା, ଦୁର୍ଗା ଚରଣ ପଟ୍ଟନାୟକ, ନୀଳମାଧବ ପାତ୍ର,ଗଦାଧର ସ୍ୱାଇଁ,ମାଧବ ଗୌଡ଼,ପ୍ରଶାନ୍ତ ଚର୍ଚି,ହର ପ୍ରସାଦ ମହାନ୍ତି,ବିଜୟ ପଣ୍ଡା, ସିମାଞ୍ଚଲ୍ ପରିଡ଼ା ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ବରିଷ୍ଠ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

