Read Time:44 Second
ବିଶ୍ୱ ହେପାଟାଇଟ ପାଳନ ଅବସରରେ ସ୍ଥାନୀୟ ସବ ଜେଲରେ ସଚେତନତା କାର୍ଯ୍ୟକ୍ରମଆୟୋଜନ କରାଯାଇଥିଲା। ଏଥିସହ ଆଠ ଜଣ ମହିଳା ଓ ପୁରୁଷ ଜେଲ ବନ୍ଦୀ ୨୩୦ ଜଣଙ୍କ ହେପାଟାଇଟ ପରୀକ୍ଷା ହୋଇଥିଲା।ଜେଲେର ଦିଲ୍ଲୀପ କୁମାର ଜେନାଙ୍କ ତତ୍ୱାବଧାନରେ ବାଲିସିରା ମେଡ଼ିକାଲର ଡ.ଏସ. ସୁଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଏହି ସବ ଜେଲର ୨୩୦ଜଣ ବିଚାରାଧୀନ ବନ୍ଦୀଙ୍କ ହେପାଟାଇଟ ଟେଷ୍ଟ କରାଯାଇଥିଲା।ସେହିଭଳି ଜେଲର ସମସ୍ତ କର୍ମଚାରୀଙ୍କ ମଧ୍ୟ ଟେଷ୍ଟ ହୋଇଥିଲା।

