ଧରାକୋଟ ବ୍ଲକ୍ ର ଜଗମୋହନ ଗ୍ରାମରେ ଅବସ୍ଥିତ ଡାକ ଘର ମାସିକ ପାଳି କରି ଖୋଲୁଥିବା ଯୋଗୁଁ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ ସେବା ସାଧାରଣ ଜନତାଙ୍କ ପାଇଁ ଏକ ମୌଳିକ ସେବା । ହେଲେ ଏହା ଠିକ୍ ଭାବରେ ଖୋଲୁ ନଥିବାରୁ ଲୋକେ ହଇରାଣ ହରକତ ହେଉଛନ୍ତି। ଏହି ଡାକ ଘର ଉପରେ ଜଗମୋହନ,ନାରାୟଣ ପୁର, ତିଳୋତ୍ତମା ପୁର,ସ୍ୟମଘନ ପୁର,ଚମ୍ପା ପଲ୍ଲୀ ଏବଂ ଗଙ୍ଗା ପୁର ପଞ୍ଚାୟତ ର ଭାଲିଆ ପଲ୍ଲୀ,ରାଜେନ୍ଦ୍ର ପୁର,କିଶୋର ଚନ୍ଦ୍ର ପଲ୍ଲୀ ଆଦି ଗ୍ରାମର ଲୋକେ ନିର୍ଭର କରିଥାନ୍ତି। ଚିଠି ଦେବା,ଆସିବା, ମନି ଅର୍ଡର ,ମାସିକ ଜମା, ସ୍ଥାୟୀ ଜମା,ତେଲିଗ୍ରାମ ଭଳି ସମସ୍ତ କାର୍ଯ୍ୟ ପାଇଁ ଲୋକେ ଏହା ଉପରେ ନିର୍ଭର କରିଥାନ୍ତି। ହେଲେ ଏହା ମାସକୁ ମାତ୍ର ସାତ ରୁ ଦଶ ଦିନ ପାଳିକରି ଖୋଲିଥାଏ । ଏଠାରେ ଜଣେ ମାତ୍ର ଗ୍ରାମୀଣ ପୋଷ୍ଟ ମାଷ୍ଟର କାର୍ଯ୍ୟ କରନ୍ତି । ଦୁଇ ଗୋଟି ପଞ୍ଚାୟତର ଲୋକେ ଏହା ଉପରେ ନିର୍ଭର କରିଥାନ୍ତି। ଏଥି ପାଇଁ କର୍ମଚାରୀ ଆବଶ୍ୟକ ରହିଛି। ହେଲେ ଜଣେ ମାତ୍ର ପୋଷ୍ଟ ମାଷ୍ଟର ଥିବାରୁ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ହୋଇ ପାରୁନାହିଁ। ଯାହାର ପ୍ରତି ଫଳ ସାଧାରଣ ଜନତା ଭୋଗୁଛନ୍ତି । ଏଣୁ ଛାତ୍ର, ଛାତ୍ରୀ ମାନେ ବିଶେଷ ହଇରାଣ ହେଉଛନ୍ତି। ବିଭାଗୀୟ ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି।

