ଶାନ୍ତି ଶକ୍ତି  ଭବନରେ କଳ୍ପତରୁ କାର୍ଯ୍ୟକ୍ରମ ଉଦଘାଟିତ l

ଶାନ୍ତି ଶକ୍ତି  ଭବନରେ କଳ୍ପତରୁ କାର୍ଯ୍ୟକ୍ରମ ଉଦଘାଟିତ l

0 0
Read Time:2 Minute, 48 Second

ଆସିକା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତି ଶକ୍ତି ଭବନ ପରିସରରେ କଳ୍ପତରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି l ଆସିକା ବ୍ଲକ କୃଷି ଅଧିକାରୀ ବସନ୍ତ କୁମାର ଦେଓ ଓ ରାଜ୍ୟପାଳଙ୍କ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ଦୋରା ଅତିଥି ରୂପେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଉପସ୍ଥିତ ସମସ୍ତ ଭଉଣୀ ଭାଇଙ୍କୁ ଔଷଧୀୟ ଚାରା ବିତରଣ କରିବାରେ ସହଯୋଗ କରିଥିଲେ l  କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରି ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ଯେ ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ବହୁମୂଖୀ କାର୍ଯ୍ୟକ୍ରମର ଶୃଙ୍ଖଳା ଜାରି ରହିଛି l ଏହି ପରିପ୍ରେକ୍ଷୀରେ ବିଶ୍ଵ ପର୍ଯ୍ୟାବରଣ ଦିବସ ପଚାଶ ବର୍ଷ ପୂର୍ତ୍ତି ହେତୁ ଜୁନ ୫ ତାରିଖରୁ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ସର୍ବ ଭାରତୀୟ ସ୍ତରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁଅଛି l ପୃଥିବୀ ପୃଷ୍ଠରେ ବୃକ୍ଷ ଅନେକ ଆଧ୍ୟାତ୍ମିକ ମୁଲ୍ୟବୋଧ ତଥା ସକାରାତ୍ମକ ମାନବୀୟ ସମ୍ବେଦନlର ପ୍ରତୀକ ଓ ବାହକ ମଧ୍ୟ l ବିଶ୍ଵ ପର୍ଯ୍ୟାବରଣ ସୁରକ୍ଷା, ଆଧ୍ୟାତ୍ମିକ ମୂଲ୍ୟ ର ବିକାଶ ତଥା ସଂଯୁକ୍ତ ରାଷ୍ଟ୍ରସଂଘର ବହୁମୁଖୀ ବିକାଶ ଲକ୍ଷ୍ୟକୁ ସମର୍ଥନ ଜଣାଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ବ୍ରହ୍ମାକୁମାରୀସ୍ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ସହସ୍ରାଧିକ ଶାଖା ଦ୍ଵାରା ୭୫ ଦିବସୀୟ ଏହି କାର୍ଯ୍ୟକ୍ରମ ଅବସରରେ ସାରା ଦେଶରେ ଚାଳିଶ ଲକ୍ଷ ଔଷଧୀୟ ତଥା ଫଳ ପ୍ରଦାନକାରୀ ଚାରା ରୋପଣ କରିବା ଲକ୍ଷ୍ୟ ରଖାଯାଇଛି l ବ୍ରହ୍ମାକୁମାରୀ ସୁଜ୍ଞାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l  ବ୍ରହ୍ମାକୁମାର ବୁଲୁ, କୃଷ୍ଣ, ବସନ୍ତ, ନିରଞ୍ଜନ,ସରୋଜ,କୋମଳ,ରାଜେନ୍ଦ୍ର ବ୍ରହ୍ମାକୁମାରୀ ନୀଳିମା, ଲୀଳା, ଝରଣା, ମମତା,ଆଶା, ଆସୀନା ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଭଉଣୀ ଭାଇ ଯୋଗଦେଇଥିଲେ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍