ସୁରଟର ଜଣେ ଯୁବକ ଭାଙ୍ଗ ସହ ଗିରଫ

ସୁରଟର ଜଣେ ଯୁବକ ଭାଙ୍ଗ ସହ ଗିରଫ

0 0
Read Time:58 Second

ଆସିକା ଋଷିକୁଲ୍ୟା ବ୍ରିଜ ନିକଟ ଶବ ବ୍ୟବଚ୍ଛେଦ ଗୃହ ପାଖରେ କେରି ବ୍ୟାଗ ଧରି ସନ୍ଦେହ ଜନକ ଭାବେ ଯୁବକ ଜଣେ ଠିଆ ହୋଇଥିବା ଦେଖି ପୋଲିସ ପେଟ୍ରୋଲିଂଗ ଟିମ ର ହାବୁଡ଼ରେ ପଡ଼ିଥିଲା।ବ୍ୟଗରୁ ଭାଙ୍ଗ ଜବତ କରିଥିଲେ।ବ୍ୟାଗର ଓଜନ ୧କେଜି ୪୬୦ଗ୍ରାମ ମିଶାଇ ଭାଙ୍ଗ ବ୍ୟାଗର ଓଜନ ୨୩କିଲୋ୨୬୦ଗ୍ରାମ ଅଟେ।ସେ ରାଜସ୍ଥାନ ସୁରଟର ପାଣ୍ଡେସରା ଥାନା ଅନ୍ତର୍ଗତ ଭକ୍ତିନଗର-୩,ବାମରୋଲି ଅଂଚଳର ରାଜେଶ ସାହୁଙ୍କ ୨୫ ବର୍ଷୀୟ ପୁଅ ଧୀରଜ କୁମାର ସାହୁ ଅଟନ୍ତି।ଏସଂକ୍ରାନ୍ତରେ ଆସିକା ଥାନା କେଶ ନଂ ୪୧୨/୨୨ ପ୍ରକାରେ ଏକ ମାମଲା ରୁଜୁ କରି ପୋଲିସ ଧୀରଜକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ