ଦାଦନ ଶ୍ରମିକ ମଲେ : ତିନି ଛୁଆ ଅନାଥ ହୋଇଗଲେ

ଦାଦନ ଶ୍ରମିକ ମଲେ : ତିନି ଛୁଆ ଅନାଥ ହୋଇଗଲେ

0 0
Read Time:3 Minute, 1 Second

ବାପାଙ୍କ ମର ଶରୀର ପାଖରେ ଦୁଇ ଭଉଣୀଙ୍କର ଆଖିରୁ ଧାର ଧାର ହୋଇ ଝରୁଛି ଲୁହ।ଆଉ ଶୁଖୁନି ତାଙ୍କରି ଲୁହ। ଦୁଇ ଝିଅ ଯମୁନା ଓ ତମାନ ସହିତ ୪ ମାସର ପୁଅ ବଲ ବଲ କରି ଦେଖୁଛି ସିନା,ହେଲେ ଏଠି କଣ ହେଉଛି ସେ ଜାଣି ପାରୁନି ।ୟେ ଥିଲା ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡ଼ା ଗ୍ରାମର ହୃଦୟ ବିଦାରକ ଦୃଶ୍ୟ ।
ଆଖିରେ ଆଖିଏ ସ୍ବପ୍ନ ନେଇ ପରିବାର ପ୍ରତିପୋଷଣ ପାଇଁ ବାପୁଜୀ ଯାଇଥିଲେ ସୁଦୁର କେରଳ।ଗତ ସାତ ମାସ ତଳେ ଶାଶୁ ଘରେ ଗର୍ଭବତୀ ସ୍ତ୍ରୀକୁ ଛାଡି ଯାଇଥିଲେ ବପୁଜୀ। ହଁ ସେ ଏହା କହି ଯାଇଥିଲେ ଅଧିକ ରୋଜଗାର କରି ଆସିବି,ପିଲାର ମୁହଁ ଦେଖିବି। ଆଉ ସେ ଫେରିବେ କଣ? କିନ୍ତୁ ଗାଁକୁ ଫେରିଲେ ତାଙ୍କ ଶବ।
ଧରାକୋଟ ବ୍ଲକ ଜାହାଡା ଗ୍ରାମ ସାକ୍ଷୀଗୋପାଳ ସାହିର ୩୫ବର୍ଷୀୟ ଯୁବକ ବାପୁଜି ପୋଲାଇ ।କୁଟୁମ୍ବ କହିଲେ ସ୍ତ୍ରୀ ମମାଲି, ଦୁଇ ଝିଅ ଯମୁନା, ତମନ୍ନା ଏବଂ ତିନି ମାସର ପୁତ୍ର ସନ୍ତାନ ବାବୁ। ଏହାକୁ ନେଇ ପାଞ୍ଚ ପ୍ରାଣୀର କୁଟୁମ୍ବ। ସାତ ମାସ ତଳେ ବପୁଜୀ କେରଳ ଯାଇଥିବା ବେଳେ ଜନ୍ମ ହୋଇ ନଥିଲା ପୁଅ ବାବୁ।କେରଳରେ ଥାଇ ପୁଅ ଜନ୍ମର ଖବର ପାଇ ସେ ଆନନ୍ଦ ରେ ବିଭୋର ହୋଇଥିଲେ ।ଆଉ ଅନେକ ଥର ସେ ଚେଷ୍ଟା କରିଥିଲେ ଗାଁ କୁ ଆସିବାକୁ।ହାତରେ ଟଙ୍କା ନଥିଲା ତାଙ୍କର।ସ୍ୱାମୀ ଆସନ୍ତୁ ପୁଅର ମୁହଁ ଦେଖନ୍ତୁ ଏବଂ ତାଙ୍କ ଆବିଳତା ପୂର୍ଣ ହେଉ ବୋଲି ସ୍ତ୍ରୀ ଟଙ୍କା ଧାର କରିଆଣି ସ୍ୱାମୀଙ୍କୁ ପଠାଇଥିଲେ।କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଦେହ ଖରାପ କାରଣରୁ ବାପୁଜୀ ଘରକୁ ଟ୍ରେନରେ ଫେରୁଥିଲା ବେଳେ ଅଧିକ ଅସୁସ୍ଥତା ଅନୁଭବ ହେବାରୁ ସେ ଆୱାଡି ଷ୍ଟେସନରେ ଓଲ୍ହାଇ ଥିଲେ ଏବଂ ସେଠି ତାଙ୍କରୀ ମୃତ୍ୟୁ ହୋଇଥିଲା।ସେଠୁ ତାଙ୍କର ମର ଶରୀରକୁ ଗାଁ କୁ ଆଣିବା ପାଇଁ ଗ୍ରାମବାସୀ ବ୍ୟବସ୍ଥା କରିଥିଲେ। ଗ୍ରାମ କମିଟିର ଅନୁରୋଧ କ୍ରମେ ପୂର୍ବତନ ସାନଖେମୁଣ୍ଡି ବିଧାୟିକାଙ୍କ ତତ୍ଵବଧାନରେ ଓଡ଼ିଶା ମୋ ପରିବାର ସଂଗଠନର ସଂଯୋଜକ ସୁବାଷ ମହାରଣାଙ୍କ ନେତୃତ୍ୱରେ ସୁଦୁର ଆୱାଡିରୁ ଜନ୍ମ ମାଟିକୁ ବପୁଜୀଙ୍କ ମର ଶରୀରକୁ ଅଣାଯାଇଥିଲା।ଏକ ଶୋକକୁଳ ପରିବେଶ ଭିତରେ ଗାଁ ସ୍ମଶାନରେ ଶବ ସତ୍କାର କରାଯାଇଥିଲା।ଶୋକ ସଂତପ୍ତ ପରିବାରଙ୍କ ପାଖରେ ବହୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନେ ପହଁଚି ଶବ ସତ୍କାର ପାଇଁ ଆର୍ଥିକ ଅନୁଦାନ ଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ସ୍ପେଶାଲ୍ ରିପୋର୍ଟ