ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ

ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ

0 0
Read Time:4 Minute, 14 Second

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ଏବଂ ପୁରାତନ ଛାତ୍ର ଙ୍କ ମିଳିତ ସହଯୋଗରେ ଉକ୍ତ ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ହୋଇଯାଇଛି। ଏଥିରେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉକ୍ତ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ସମ୍ମାନନୀୟ ଅତିଥି ରୂପେ ଉପସ୍ଥିତ ଥିଲେ।  ଅଧ୍ୟାପକ ରାଜେଶ କୁମାର ସାହୁଙ୍କ ଦୀପ ମନ୍ତ୍ର ଧ୍ବନୀ ଏବଂ ପ୍ରଦୀପ ପ୍ରଜ୍ଜ୍ବଳନ ଦ୍ବାରା ସଭାକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଏହି ବୈଠକରେ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ମଧ୍ୟରେ  ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରୋସନ ଶତପଥି, ଖାରିଆ ପଞ୍ଚାୟତର ସରପଞ୍ଚ  ଶ୍ରୀମତୀ ଜୟନ୍ତି ସାହୁ ତଥା ସମିତି ସଭ୍ୟା ସୌଦାମିନି ନାହାକ, ଉକ୍ତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ଡ.ନିରାକାର ଭଟ୍ଟ ମଧ୍ୟ ଉପସ୍ଥିତ ଥିଲେ।  ବିଧାୟିକା ଶ୍ରୀମତୀ ସ୍ବାଇଁଙ୍କ ଦ୍ବାରା ମହାବିଦ୍ୟାଳୟର ନବ ନିର୍ମିତ ପାଠଚକ୍ର କୋଠରୀ ଏବଂ  ଖାରିଆ ପଞ୍ଚାୟତ ତରଫରୁ ନିର୍ମିତ ହୋଇଥିବା ନଳକୂପର ଶୁଭ ଉଦ୍ଘାଟନ କରାଯାଇଥିଲା। ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାର ନାଥ ପଣ୍ଡା ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିରେ  ସଂଯୋଜିକା ଓଡିଆ ଅଧ୍ୟାପିକା ଡ. ସସ୍ମିତା ପାତ୍ର ସଭା କାର୍ଯ୍ୟ ସୂଚାରୁରୂପେ ସଂଯୋଜନା କରିଥିଲେ। କଲେଜ ଅଧ୍ୟକ୍ଷ ମହାବିଦ୍ୟାଳୟର ବିକାଶମୂଳକ ବିବରଣୀ ପାଠ କରିଥିଲେ ଏବଂ ପୂର୍ବ ଇତିହାସ ଓ ମହାବିଦ୍ୟାଳୟର ପ୍ରତିଷ୍ଠାରେ ସ୍ବର୍ଗତ ବିଧାୟକ ହରିହର ଦାସଙ୍କ ପ୍ରଚେଷ୍ଠାର ସ୍ମୃତିଚାରଣ କରିଥିଲେ। ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଫେସର ପ୍ରଧାନ ଉକ୍ତ ମହାବିଦ୍ୟାଳୟର ଶୈକ୍ଷିକ ତଥା ଆନୁସଙ୍ଗିକ ବିକାଶଧାରା କିପରି ବଜାୟ ରହିବ, ସେଥି ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ଏବଂ ମହାବିଦ୍ୟାଳୟର ବିକାଶକୁ ଅଞ୍ଚଳର ବିକାଶ ବୋଲି ସୂଚାୟୀ ଥିଲେ।  ପୁରାତନ ଛାତ୍ର ସଂସଦର ସଭାପତି  ଡ. ଭଟ୍ଟ ମଧ୍ୟ ମହାବିଦ୍ୟାଳୟ ସର୍ବାଙ୍ଗୀନ ଉନ୍ନତି ପାଇଁ ପୁରାତନ ଛାତ୍ରମାନଙ୍କୁ ଆହ୍ବାନ କରିଥିଲେ। ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ପୁରାତନ ଛାତ୍ର ସଂସଦର କାର୍ଯ୍ୟ ନିର୍ବାହୀ ସଚିବ ଅଧ୍ୟାପକ ସରୋଜ କୁମାର ପଣ୍ଡା, ଉପସଭାପତି ଅଜିତ୍ତ୍ କୁମାର ଚୌଧୂରୀ, ସମାଜସେବୀ ବଂଶୀଧର ନାହାକ, ପ୍ରାକ୍ତନ ଛାତ୍ର ପ୍ରଦୀପ କୁମାର ପାଣିଗ୍ରାହୀ, ଏବଂ ଶଙ୍କର ନେତ୍ରାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ମଧ୍ୟ  ଆୟୋଜନ କରାଯାଇଥିଲା।  ଏଥିରେ ଅଞ୍ଚଳର ପ୍ରାୟ ଶତାଧିକ ଅସହାୟ ବୃଦ୍ଧ ଏବଂ ବୃଦ୍ଧାଙ୍କ ମୋତିଆ ବିନ୍ଦୁର ଉପଚାର କରାଯାଇଥିଲା। ସେଥିମଧ୍ରୁ ୨୫ ଜଣ ରୋଗୀ ଉଚ୍ଚ ଚିକିତ୍ସା ନିମନ୍ତେ ଶଙ୍କର ନେତ୍ର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଗଲା।  ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତିଛାତ୍ର ଏବଂ ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ସହ ପ୍ରଶାସନିକ ଅଧିକାରୀ ଅଭୟ କୁମାର ପରିଚ୍ଛା ପଟ୍ଟନାୟକ ସମସ୍ତଙ୍କୁ ଔପଚାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଶିକ୍ଷା