ଧରାକୋଟ ବ୍ଲକ ସମ୍ମୁଖରେ ପରିବେଶ ଦୂଷିତ ଯୋଗୁଁ ଅସନ୍ତୋଷ ବ୍ୟାପିଛି।ପରିବେଶର ସୁରକ୍ଷା ଏବଂ ପରିଷ୍କାର ଓ ପରି ଛନତା ପାଇଁ ସରକାର ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ସ୍ବାସ୍ଥ୍ୟ ବିଭାଗ, ଶିଶୁ ବିକାଶ ବିଭାଗ,ପଞ୍ଚାୟତ ସମିତିର ଭୂମିକା ଏଥିରେ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଗାଁ ଗାଁରେ ପଥପ୍ରାନ୍ତ ନାଟକ,ସଭା, ରାଲି,ସ୍ଲୋଗାନ,କାନ୍ଥରେ ସଚେତନତା ପ୍ରଚାର ଧର୍ମି ଲେଖା,ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା। ମାତ୍ର ଦୁଇ ବର୍ଷ ପୂର୍ବେ କରୋନା ମହାମାରୀ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଏହି ସଂକ୍ରାମକ ରୋଗ ସମାଜରେ ବ୍ୟାପି ରହିଛି ।ଏହାର ପ୍ରତିକାର କହିଲେ ପ୍ରଥମେ ପରିବେଶର ପରିଷ୍କାର ଓ ସଫସୂତରା ହୋଇ ରହିବା। ହେଲେ ଏତେ ସବୁ ପରେ ଧରାକୋଟ ବ୍ଲକ୍ ପ୍ରଶାସନ ଏଥିରୁ କିଛି ସିଖିନାହି ବୋଧେ । କହିଦେଉଥାଏ ପରକୁ , ନ୍ୟାୟରେ ବ୍ଲକ୍ ସମ୍ମୁଖରେ ଫାଟକ ସାମନାରେ ଯେଉଁ ଦୂଷିତ ପରିବେଶ ରହିଛି ତାହାଦ୍ୱରା ସଂକ୍ରାମକ ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଶ୍ଚର୍ଯ୍ୟର କଥା ବ୍ଲକର ସମସ୍ତ ଅଧିକାରୀ ପ୍ରତିଦିନ ମୁଖ୍ୟ ଫାଟକ ଦେଇ କାର୍ଯ୍ୟାଳୟ କୁ ଯାଆନ୍ତି ଓ ଫେରନ୍ତି । ଏହି ଦୃଶ୍ୟ ଏବର ନୁହ,ପ୍ରାୟ ଏକବର୍ଷ ପୂର୍ବରୁ ଏହି ଦୂଷିତ ପରିବେଶ ରହିଛି। ଜିଲ୍ଲାପାଳଙ୍କ ଠାରୁ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ବ୍ଲକକୁ ଆସି ଫେରୁଥିଲେ ମଧ୍ୟ କାହାର ଏହାପ୍ରତି ଦୃଷ୍ଟି ନାହିଁ। ଉନ୍ନୟନ କାମର କର୍ମଶାଳା ହେଉଛି ବ୍ଲକ୍। ହେଲେ ନିଜ ଘର ଅସଜଡା ହୋଇ ରହିଛି କିନ୍ତୁ ଗାଁ ଗାଁରେ ପଶିବେଶର ସ୍ୱଚ୍ଛତା ନାରା ଦେଇଛନ୍ତି ବ୍ଲକର ବଡ଼ପଣ୍ଡାମାନେ । ପରିସ୍ଥିତି ଏପରି ହୋଇଛି ଯେ ଲୁଚିଛି ନା ଗୋଡ଼ ଦିଟା ଦିଶୁଛି, ଯାହାକି ଧରାକୋଟ ବ୍ଲକ୍ ପାଇଁ ପ୍ରଯୁଜ୍ୟ ହୋଇଯାଇଛି।

