Read Time:49 Second
ଧରାକୋଟ ଗଡର ବାହୁଡା଼ ଯାତ୍ରା ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଥିଲା। ବର୍ଷା ଯୋଗୁଁ ରଥ ଅଧା ବାଟରେ ରବିବାର ଅଟକିବା ପରେ ସୋମବାର ପୁଣି ରଥ ଟଣାଯାଇଥିଲା । ମାଉସୀମା ମନ୍ଦିର ନିକଟରେ ରଥ ପହଞ୍ଚିବା ପରେ ଠାକୁର ମାନଙ୍କୁ ପୋଡପିଠା ସମର୍ପଣ କରାଯାଇଥିଲା। ମା ଲକ୍ଷ୍ମୀ ଠାକୁରଙ୍କୁ ଡାକରା କରିବାପରେ ରଥ ଆସି ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ସନ୍ଧ୍ୟାରେ ଠାକୁରଙ୍କୁ ଆଳତୀ ପ୍ରଦାନ କରାଯାଇଥିଲା। ଆସନ୍ତା କାଲି ରୀତିନୀତି ପରେ ରତ୍ନ ସିଂହାସନକୁ ତିନି ଠାକୁର ବିଜେ କରିବେ। ଶୃଙ୍ଖଳିତ ରଥଯାତ୍ରା ପାଇଁ ଧରାକୋଟ ଥାନା ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

