ଶେରଗଡ ଥାନା ପରିସରରେ ଶେରଗଡ ମିଡିଆ ହାଉସ ଓ ଆମ ପୋଲିସ ସମିତି ପକ୍ଷରୁ ମାଟ୍ରିକ ପରୀକ୍ଷା ରେ ବ୍ଲକ ଟପ୍ପର ହୋଈଥିବା 4 ଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବ କୁ ମିଡିଆ ହାଉସ ର ଉପଦେଷ୍ଟା ମେଘନାଦ ଦାସ ପରିଚାଳନା କରିଥିବାବେଳେ ଅନ୍ୟତମ ଉପଦେଷ୍ଟା ହୃଷିକେଶ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଆସିକା ଏସଡିପିଓ ଉମାଶଙ୍କର ସିଂହ, ସ୍ଥାନୀୟ ତହସିଲଦାର ଡଃ ଦୟାସିନ୍ଧୁ ପରିଡା, ବିଡ଼ିଓ ମନୋରଞ୍ଜନ ସାହୁ, ଥାନାଧିକାରୀ ମନୋଜ କୁମାର ପ୍ରଧାନ,ଏବିଈଓ ସୌରୀଶଙ୍କର ବେହେରା ଓ ଶୈଳେନ୍ଦ୍ରୀ ଦଳେଇ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମ ସ୍ଥାନରେ ପିତଳ ଉଚ୍ଚ ବିଦ୍ୟାଳୟର ଛାତ୍ର ବି.ଶୁଭମ ପାତ୍ର, ଦ୍ୱିତୀୟ ସ୍ଥାନରେ ଗୋଠଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ନିରାକାର ଖଣ୍ଡୁଆଳ, ତୃତୀୟ ସ୍ଥାନରେ ଗୋଠଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଈତିଶ୍ରୀ ସ୍ବାଈଁ, ଚତୁର୍ଥ ସ୍ଥାନରେ ପିତଳ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦିପ୍ତି ରାଣୀ ଖଣ୍ଡୁଆଳ ଙ୍କୁ ଉତରୀୟ,ଫୁଲତୋଡା, ମାନପତ୍ର ଏବଂ ଟ୍ରଫି ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ମିଡିଆ ହାଉସ ର ସଂପାଦକ ଶଙ୍କର ପ୍ରସାଦ ପ୍ରଧାନ ଓ ଅଶୋକ କୁମାର ଦାସ, ଉପସଭାପତି ଅଜିତ କୁମାର ପଣ୍ଡା ଓ ବିଚିତ୍ରା ମୁନୀ, ଶ୍ରୀପଦ ଦାସ ଓ ସମସ୍ତ ସଭ୍ୟ ସମେତ କୃତୀ ଛାତ୍ରଛାତ୍ରୀ ଙ୍କ ପିତାମାତା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

