ଆସିକା ବନାଞ୍ଚଳର ଚାରିମାଇଲରେ ବୃକ୍ଷରୋପଣ,ମାଗଣା ଚାରା ବଣ୍ଟନ

ଆସିକା ବନାଞ୍ଚଳର ଚାରିମାଇଲରେ ବୃକ୍ଷରୋପଣ,ମାଗଣା ଚାରା ବଣ୍ଟନ

0 0
Read Time:1 Minute, 21 Second

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ନିର୍ଦ୍ଦେଶକ୍ରମେ ଆସିକା ବନାଞ୍ଚଳର ସେକ୍ସନ ୧ ଚାରିମାଇଲି ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ବିଭିନ୍ନ ପ୍ରକାରର ଔଷଧିୟ ଓ ଫଳ ଜାତୀୟ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏକ ସଚେତନ ବୈଠକରେ ଅବସରପ୍ରାପ୍ତ ରେଞ୍ଜର ପ୍ରସନ୍ନ ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଆସିକା ଏନ. ଏ. ସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ନଚିକେତା ସ୍ୱାଇଁ, ରାଜେଶ ପଟ୍ଟନାୟକ, ସମୀର ପ୍ରଧାନ, ଅତିଥି ଭାବେ ଯୋଗ ଦେଇଥିବା ବେଳେ ବନ ବିଭାଗର ବ୍ରହ୍ମପୁର ଡିଭିଜେନାଲ ମେନେଜର ଶଙ୍କର୍ଷଣ ସହୁ, ଆସିକା ରେଞ୍ଜର ପ୍ରମୋଦ ପଣ୍ଡା , ପ୍ରଶିକ୍ଷକ ନୀଳମାଧବ ସହୁ ଓ ପଶୁ ଡାକ୍ତର ଆର. ଏନ ସାହୁ ସମେତ ବିଭାଗୀୟ ଅଧିକାରୀ ମାନେ ବୃକ୍ଷରୋପଣ ଓ ଗଛ ବଞ୍ଚେଇବା ଉପରେ ଗୁରୁତ୍ୱ ଆରୋପ କରିଥିଲେ. ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ,ଆଖପାଖ ଗ୍ରାମବାସୀ ଏଥି ୭୩ତମ ବନମହୋତ୍ସବରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ.

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍