ଆସିକାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ

ଆସିକାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ

0 0
Read Time:1 Minute, 54 Second

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଓ ହସ୍ତଶିଳ୍ପ ମନ୍ତ୍ରୀ ଦର୍ଶନା ଜାର୍ଦୋଷ ଆସିକା ଗ୍ରସ୍ତରେ ଆସି ୧୬ନଂ ୱାର୍ଡ କୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହକୁ ଦେଖିଥିଲେ।ୟାପରେ ଟାଉନହଲ ଠାରେ ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ସରକାର ଯୁଗାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ସୂଚିତ କରାଇ ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବାକୁ ଗୁରୁ ମନ୍ତ୍ର ଦେଇ ଫେରିଥିଲେ।ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଜାର୍ଦୋଷ କହିଛନ୍ତି କେନ୍ଦ୍ରର ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ଅନ୍ୟ ନାମ ଦେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି।ଯାହାକି ଉଚିତ କଥା ନୁହେଁ ବୋଲି ସଲୋଚନା କରିଥିଲେ।ବର୍ତ୍ତମାନ ପର୍ଯ୍ୟନ୍ତ ଗୋପାଳପୁର ଠାରୁ ଆସିକା ଦେଇ ସମ୍ବଲପୁର ପର୍ଯ୍ୟନ୍ତ ରେଳପଥ କାର୍ଯ୍ୟର ଇନଫାଷ୍ଟ୍ରକ୍ଚର ପ୍ରସ୍ତୁତ ହୋଇନଥିବାର ସୂଚନା ଦେଇ ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି କହିଥିଲେ।କେନ୍ଦ୍ରମନ୍ତ୍ରୀଙ୍କ ଏହି ଗ୍ରସ୍ତ ରେ ପ୍ରଶାସନିକ ଅଧିକାରୀ ମାନଙ୍କ ଅଣଦେଖାକୁ ସମାଲୋଚନା କରାଯାଇଥିଲା।ଆସିକା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି ଙ୍କ ବାସଭବନ ରୁ ମନ୍ତ୍ରୀଙ୍କୁ ସ୍ୱଗତ ସମ୍ବର୍ଦ୍ଧନା କରାଯାଇଥିଲା।ସାଙ୍ଗଠନିକ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ,ଅନିତା ଶୁଭଦର୍ଶନୀ,ଗୋକୁଳନାଦ ମଲ୍ଲିକ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍