ଧରାକୋଟରେ ବନ୍ଦ ହୋଇଥିବା ବିଦ୍ୟାଳୟ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ଧରାକୋଟରେ ବନ୍ଦ ହୋଇଥିବା ବିଦ୍ୟାଳୟ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

0 0
Read Time:2 Minute, 43 Second

ଶିକ୍ଷା ହେଉଛି ଏକ ଅଧିକାର। ବିଦ୍ୟାଳୟ ହେଉଛି ଏକ ମନ୍ଦିର। କୋମଲମତି ଛାତ୍ର ଛାତ୍ରୀଙ୍କ ବୌଦ୍ଧିକ ବିକାଶ , ଜ୍ଞାନ ଆହରଣ, ଚରିତ୍ର ଗଠନର ବିଦ୍ୟାଳୟ ହେଉଛି ମୁଖଶାଳା। ଶିକ୍ଷକ, ଶିକ୍ଷୟତ୍ରୀ ହେଉଛନ୍ତି ମଣିଷ ଗଢା ଅନୁଷ୍ଠାନର ଅଗ୍ର ପୂଜ୍ୟ ଓ ମାର୍ଗ ଦର୍ଶକ। ହେଲେ ସ୍ଵଳ୍ପ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ସରକାର ଗତ ଦୁଇବର୍ଷ ତଳେ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିଛନ୍ତି। ନିକଟସ୍ଥ ବିଦ୍ୟାଳୟର ଦୂରତା ଏକ ରୁ ଦୁଇ ନତୁବା ତିନି କିମି ମଧ୍ୟରେ। ଏଣୁ ପ୍ରାଥମିକ ବିଦ୍ୟାଳୟର ଛୋଟ, ଛୋଟ ପିଲା ନିକଟସ୍ଥ ବିଦ୍ୟାଳୟକୁ ଯିବାକୁ ଅମଙ୍ଗ। ଯାହାକି ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ। ମିଳିଥିବା ସୂଚନା ଅନୁଯାୟୀ ଧରାକୋଟ ବ୍ଲକରେ ୧୦୫ ପ୍ରାଥମିକ, ୨୦ ମାଧ୍ୟମିକ ଏବଂ ୨ ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଦୁଇ ବର୍ଷ ପୂର୍ବେ ବନ୍ଦ ହୋଇଥିଲା ୨୨ ଗୋଟି ବିଦ୍ୟାଳୟ। ଅଭିଯୋଗ କରିବାର ସମୟ ସୀମା ରହିଥିଲା ପନ୍ଦର ଦିନ। ଏହି ସମୟରେ କୁଶପଡା, ଖଜୁରୀପଡ଼ା ଓ ମଲିଝର ପାଲି ଗ୍ରାମବାସୀ ନିଜ ନିଜର ବିଦ୍ୟାଳୟ ଖୋଲିବାକୁ କରିଥିଲେ। ସରକାର ତଦନ୍ତ ପରେ ଖଜୁରୀପଡ଼ା ରେ ଗୃହ ନଥିବାରୁ ଏହାକୁ ଅନ୍ୟତ୍ର ମିଶ୍ରଣ କରିବାପରେ ଅନ୍ୟ ଦୁଇଟି ବିଦ୍ୟାଳୟ ସରକାରଙ୍କ ବିଚାରାଧୀନ ରହିଛି। ଅନ୍ୟ ବନ୍ଦ ରହିଥିବା ବିଦ୍ୟାଳୟକୁ ପଞ୍ଚାୟତକୁ ହସ୍ତାନ୍ତର ହୋଇଛି।
ବ୍ଲକ୍ ଉନ୍ନୟନ ଅଧିକାରୀ କେଉଁଠି ମିଶନ ଶକ୍ତି ତ କେଉଁଠି ସ୍ଵୟଂ ସହାୟକ ଗୋଷ୍ଠୀ କୁ ବନ୍ଦ ବିଦ୍ୟାଳୟ ଗୃହରେ ଚାଲିବା ପାଇଁ ଅନୁମତି ଦେଇଛନ୍ତି। କିଛି ବିଦ୍ୟାଳୟ ବ୍ୟବହାର ନହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହାର ସୁଯୋଗରେ ଅସାମାଜିଙ୍କ ଏହା ଆଡ୍ଡା ସ୍ଥଳୀ ପାଲଟି ଯାଇଛି। କେଉଁଠି ଅନୈତିକ କାର୍ଯ୍ୟ ତ କେଉଁଠି ମଦ୍ୟପଙ୍କ ଚରାଭୂମି ରୂପେ ବନ୍ଦ ବିଦ୍ୟାଳୟ ବ୍ୟବହାର ହେଉଛି । ସଂପ୍ରତି ଜହଡା ପଞ୍ଚାୟତର ମୁକ୍ତାପୁଞ୍ଜି ବିଦ୍ୟାଳୟ ସମେତ ଆହୁରି କିଛି ପଞ୍ଚାୟତ ବ୍ୟବହାର ନକରିଥିବା ଗୃହ ମଧ୍ୟ ଅସାମାଜିକଙ୍କ କବଜାରେ ରହିଛି। ଏଣୁ ପଞ୍ଚାୟତ ଓ ବ୍ଲକ୍ ପଦାଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍