ଅଲ୍ ଓଡିଶା ଇ ପି ଏଫ୍ ପେନସନ ଧାରି ସୋରଡ଼ା ଓ ଧରାକୋଟ ଶାଖା ତରଫରୁ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଶତପଥୀଙ୍କ ନେତୃତ୍ବରେ ଆଜି ଧରାକୋଟ ଜଗନ୍ନାଥ ମନ୍ଦିର ସାମ୍ନାରୁ ପେନସନ ଧାରୀ ମାନେ ଏକ ଶୋଭଯାତ୍ରାରେ ଆସି ଧରାକୋଟ ଉପ ଡାକଘର ନିକଟରେ ପହଂଚି ବିଭିନ୍ନ ସ୍ଲୋଗାନ ଦେବାପରେ ପ୍ରଧାମନ୍ତ୍ରୀଙ୍କର ଉଦ୍ଦେଶ୍ୟ ରେ ଚାରି ଦଫା ଦାବି ଲେଖାଥିବା ପୋଷ୍ଟକାର୍ଡ ଡାକ ହାଣ୍ଡିରେ ପକାଇଛନ୍ତି । ଏହି ଦାବିଗୁଡିକ ମଧ୍ୟରେ ମିନିମାମ ପେନସନ 9000 ଟଙ୍କାକୁ ବୃଦ୍ଧି, ଆୟୁଷ୍ମାନ ଭାରତ ଯୋଜନାରେ ସଭ୍ୟମାନଙ୍କୁ ସାମିଲ କରିବା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ଙ୍କୁ ସାମିଲ ଓ କେରଳ ଅପେକ୍ସ ହାଇ କୋର୍ଟର ହାଏର ପେନସନ ଆଦେଶନାମା କୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବୀ ରହିଛି । ଆଜିର କାର୍ଯ୍ୟକ୍ରମ ରେ ସଂଘର ସହ ସମ୍ପାଦକ ଗଜପତି ମହାନ୍ତି, ଚିତ୍ତରଞ୍ଜନ ପଟନାୟକ, କୈଳାସ ଶତପଥୀ, ଉଦୟ ନାଥ ମୁନି,ଦାମୋଦର ରାଉତ, ନିଳାଦ୍ରୀ ଗୌଡ଼, ରାମଚନ୍ଦ୍ର ସାହୁ, ରବି ନାରାୟଣ ପତି ଓ ଗଙ୍ଗାଧର ସାହୁଙ୍କ ସମେତ ସଂଖ୍ୟାଧିକ ପେନସନ ଧାରୀ ଯୋଗ ଦେଇଥିଲେ।
ଧରାକୋଟ ରେ ଇ ପି ଏଫ୍ ପେନସନଧରିଙ୍କ ପ୍ରଧାନମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ
Read Time:1 Minute, 29 Second

