ହିଞ୍ଜିଳିକାଟୁର ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ

ହିଞ୍ଜିଳିକାଟୁର ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ

0 0
Read Time:2 Minute, 9 Second

:-ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବ ୨୦୨୨ ପୁରୀ ଠାରେ ଆୟୋଜନ ହୋଇସାରିଛି। ଏହା ପ୍ରାୟ ଭାରତର ୬ଟି ଭାଷାର ୨୩୦ଟି ଚଳଚ୍ଚିତ୍ର ଭାଗ ନେଇଥିଲେ। ଏଥିରେ ବିଚାରକ ଭାବେ ସିଦ୍ଧାର୍ଥ ମହାପାତ୍ର , କୁନା ତ୍ରିପାଠୀ, ସବ୍ୟସାଚୀ ମିଶ୍ର, ବର୍ଷା ପ୍ରିୟଦର୍ଶିନୀ, ମାନସ ମୁନଦା ଆସନ ଗ୍ରହଣ କରିଥିଲେ । ନୃତ୍ୟମ୍ ଦ୍ଵାରା ପ୍ରସ୍ତୁତ ଚଳଚ୍ଚିତ୍ର ଅମୋଘ ଶ୍ରେଷ୍ଟ ୪୦ଟି ଚଳଚ୍ଚିତ୍ର ମଧ୍ୟରେ ସ୍ଥାନ ପାଇପାରିଛି। ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଡ଼କ ସୁରକ୍ଷା କୁ ନେଇ ଲୋକଙ୍କୁ ସଚେତନ କରିବା। ଅମୋଘ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ସମସ୍ତ କୁନି କଳାକାର ଙ୍କୁ ଆଜି ଜାତୀୟ ଶିଶୁ କଳାକାର ରୂପେ ପୁରୀ ଟାଉନ୍ ହଲ୍ ରେ ସମ୍ମାନିତ କରାଯାଇଛି। ହିଞ୍ଜିଳିକାଟୁ ର ଏହି କୁନି କୁନି କଳାକାର ମାନେ ତନିଷ୍ଟ, ରାଜୀବ, ଦୀପ୍ତି, ଶିବା, ଅମ୍ରିତା ନିଜର ଅଭିନୟ ଜଦୁରେ ବିଚାରକ ମଣ୍ଡଳୀକୁ ବାନ୍ଧି ପାରିଛନ୍ତି। ନୃତ୍ୟମ୍ ହିଞ୍ଜିଳିକାଟୁ ଦ୍ଵାରା ପ୍ରସ୍ତୁତ ଅମୋଘ ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଭାର କ୍ରିଷ୍ଣା ଡି. କେ ନେଇଥିବା ବେଳେ ବରିଷ୍ଠ କଳାକାର ଭାବେ ଜ୍ଞାନ ରଞ୍ଜନ ମହାପାତ୍ର ଅଭିନୟ କରିଥିଲେ। ହିଞ୍ଜିଳିକାଟୁ ଭଳି ଏକ ଛୋଟ ସହରରୁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇବା ଗଂଜାମ ପାଇଁ ଗର୍ବର ବିଷୟ
। କୁନି କୁନି କଳାକାର ହେଲେ ମଧ୍ୟ ନିଜର ସାଧନା ଓ ନିଜର ଦକ୍ଷତା ବଳରେ ଜାତୀୟ ସ୍ତର ରେ ନିଜର ଦକ୍ଷତା ବଳରେ ଜାତୀୟ ସ୍ତର ରେ ନିଜର ନାମକୁ ପହଞ୍ଚାଇ ପାରିଛନ୍ତି। ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ର ଏପରି ପ୍ରୟାସକୁ ଅଞ୍ଚଳ ବାସି ବେଶ୍ ପ୍ରଶଂସା କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ସ୍ପେଶାଲ୍ ରିପୋର୍ଟ