ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମର ଜୈନେକ୍ ମହିଳାଙ୍କ ସହ ତାଙ୍କର ଦିଅର ଶଙ୍କର ଗୌଡ଼ ଜୋର୍ ଜବର ଦସ୍ତ୍ ଭୟଭୀତ କରି ଶାରିରୀକ ସମ୍ପର୍କ ରଖିବା ଅଭିଯୋଗ ଆସିବାପରେ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ ସରାଧପୁର ଗ୍ରାମରେ ଅଭିଯୋଗକାରୀ ମହିଳା ଜଣକ
ନଅ ବର୍ଷ ପୂର୍ବେ ଜୈନେକ ବ୍ୟକ୍ତିଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ତାଙ୍କର ସ୍ବାମୀ ଗୁଜରାଟ ର ସୁରତ ସହରରେ କାମ କରନ୍ତି ।
ଗାଁରେ ପୀଡ଼ିତା ମହିଳା ଜଣକ ନିଜର ଦୁଇ ଶିଶୁ କନ୍ୟା ସହ ରହନ୍ତି। ଅଭିଯୁକ୍ତ ଶଙ୍କର ବିବାହିତ ହୋଇଥିଲେ ସୁଧା ଗତ ଛଅ ବର୍ଷ ତଳୁ ଭଉଜସହ ଅନୈତିକ ସମ୍ପର୍କ ରଖି ଆସୁଥିଲା। ଗତ ତିନିବର୍ଷ ହେଲା ସଙ୍କରର ସ୍ତ୍ରୀ ଏହା ଜାଣିବାପରେ ସଙ୍କରକୁ ଛାଡ଼ି ଚାଲିଯାଇଛି। ଏହାର ସୁଯୋଗରେ ମିଥ୍ୟା ପ୍ରତଶୃତି ଦେଇ ଶଙ୍କର ଭାଉଜ ସହ ଜବରଦସ୍ତ ସମ୍ପର୍କ ରଖେ। ବାରଣ କଲେ ଅଶ୍ଳୀଳ ଫଟୋ ଓ ମେସେଜ ଭାଇରାଲ କରିବା ସହ ପେଟ୍ରୋଲ ପକାଇ ପୋଡ଼ିଦେବାର ଧମକ ଦିଏ । ଏଥିରେ ଭୟଭୀତ ହୋଇ ଜୀବନ ବିପନ୍ନ ହେଉଥିବା ଜାଣି ମହିଳା ଜଣକ ଧରାକୋଟ ଥାନାରେ ଏତଲା ଦେବାପରେ କେସ ନମ୍ବର ୧୬୧/୨୨ ପ୍ରକାରେ ମାମଲା ରୁଜୁ କରାଯାଇ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯଇଥିବା ଥାନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।
ଭାଉଜ ସହ ଶାରିରୀକ ସମ୍ପର୍କ ରଖି ଦିଅର ଗିରଫ
Read Time:1 Minute, 39 Second

