ଦିଗପହଣ୍ଡି ଥାନା ଅଞ୍ଚଳ ରେ ବାସନ୍ଦ ଏକ ବଡ଼ ବ୍ୟାଧି  ହୋଇଛି।

ଦିଗପହଣ୍ଡି ଥାନା ଅଞ୍ଚଳ ରେ ବାସନ୍ଦ ଏକ ବଡ଼ ବ୍ୟାଧି ହୋଇଛି।

0 0
Read Time:4 Minute, 4 Second

ଦିଗପହଣ୍ଡି ଥାନାଞ୍ଚଳ ରେ ଅନେକ ଗ୍ରମରେ ଏହି ବାସନ୍ଦ ପରିବାର କୁ ନ୍ୟାୟ ଦେବାରେ ବିଫଳ ହୋଇଛି ପୋଲିସ୍। ସାମାଜିକ ସ୍ତର ରେ ବଞ୍ଚିବା ଅଧିକାର କୁ କ୍ଷୀଣ କରାଯାଇଥିବା ଏତଲା ମଧ୍ୟ ହୋଇଛି। ଏପରି ବାସନ୍ଦ ପାଇଁ ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ୍ ମୌଳାଭଞ୍ଜା ଗ୍ରାମର ଏକ ପରିବାର ଗାଁ ଛାଡିଥିବା ଜଣାପଡିଛି। ସୂଚନା ପ୍ରକାରେ ଏନେଇ ରବିବାର ଦିନ ପ୍ରଶାସନ ଓ ପୋଲିସ୍ ଉପସ୍ଥିତିରେ ଗ୍ରମରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ କୈାଣସି ସମାଧାନ ର ସୁଫଳ ନ ମିଳିବାରୁ ସାମାଜିକ ବାସନ୍ଦ ହୋଇ ଗ୍ରାମ ଛାଡିଥିବା ଜଣାପଡିଛି । ପରିବାର ଲୋକେ ନ୍ୟାୟ ପାଇଁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଦ୍ବାରସ୍ଥ ହୋଇ ଦୃଷ୍ଟି ଗୋଚର ମଧ୍ୟ କରିଥିଲେ । ଖବରନୁଯାୟୀ , ଏହି ଗ୍ରାମରେ ରହୁଥିବା କାଳୁଚରଣ ବେହେରା ଓ ତାଙ୍କ ସ୍ତ୍ରୀ ପୁଷ୍ପଲତା ବେହେରା ଏବଂ ଝିଅ ରୋଜାଲିନ ବେହେରା ପୂର୍ବରୁ ରହି ଆସୁଥିଲେ । କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ କାଳୁଙ୍କ ଝିଅ ସରପଞ୍ଚ ପ୍ରାର୍ଥନୀ ଭାବେ ନିର୍ବାଚନ ଲଢିବା ସହ ପରାଜୟ ମଧ୍ୟ ହୋଇଥିଲେ । ଯାହାଫଳରେ ଗ୍ରାମବାସୀ ଏହାକୁ ଦୃଷ୍ଟିରେ ରଖି ଗତ ୨୫ ତାରିଖରେ ଗ୍ରାମରୁ ବାସନ୍ଦ କରିଥିଲେ । ଏପରିକି ନିଜ ଭାଇଙ୍କ ଭୋଜିରେ ଖାଇ ବସିଥିବା ସମୟରେ ଉଠାଇ ଆଣିବା ସହ ତାଙ୍କ ଭାଇଙ୍କୁ କାଳୁ ଓ ପରିବାର ସହ କୈାଣସି ସମ୍ପର୍କ ନ ରଖିବାକୁ କହିଥିଲେ । ଏଥିସହ ଗାଁ ରୁ ନିଆଁ ପାଣି ବାସନ୍ଦ କରିବା ସହ କୈାଣସି ଲୋକଙ୍କ ସହ କଥାବାର୍ତ୍ତା ହୋଇପାରିବ ନାହିଁ ବୋଲି କହିଥିଲେ । ଯାହାଫଳରେ କାଳୁଙ୍କ ପରିବାର ଶୁକ୍ରବାର ଦିନ ବାଧ୍ୟ ହୋଇ ବ୍ରହ୍ମପୁର ଏସ୍ ପିଙ୍କ ସହ ଦେଖା କରିବା ସହ ନ୍ୟାୟ ପାଇଁ ଆବେଦନ କରିଥିଲେ । ଏହାପରେ ଏସ୍ ପି ଶ୍ରବଣ ବିବେକ ଏମ୍ ଏହାର ସମାଧାନ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଏପରି ସାମାଜିକ ବାସନ୍ଦ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ଦେଇଥିଲେ । ଯାହାଫଳରେ ଗତକାଲି ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା , ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା , ସାନଖେମୁଣ୍ଡି ତହସିଲ ସୁପର ଭାଇଜର ଚିତ୍ରସେନ ସାହୁ ଉପସ୍ଥିତିରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୈବର୍ତ୍ତ ସମାଜର ତାଲୁକା ସଭାପତି , ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଦୀର୍ଘ ସମୟ ଧରି ଆଲୋଚନା ପରେ ମଧ୍ୟ କୈାଣସି ସୁଫଳ ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ ବରଂ ତୋ ଝିଅ ଅନ୍ୟ ଜାତିରେ ବାହା ହୋଇଛି ଯାହା କୁଳ ସମାଜରେ ପ୍ରଭାବ ପଡ଼ୁଥିବା ଦର୍ଶାଇଥିବା ବାସନ୍ଦ ପରିବାରର ଅଭିଯୋଗ କରିଛନ୍ତି । ଏହି ଅବସରରେ ଆଜି କାଳୁଙ୍କ ମଝିଆ ଭାଇ ଦୁଇ ପୁଅର ବାହାଘର ରହିଥିଲେ ମଧ୍ୟ ନିରାଶ ହୋଇ ଗ୍ରାମରୁ ତଡ଼ା ଖାଇ ପୁଣି ନ୍ୟାୟ ଆଶାରେ ବ୍ରହ୍ମପୁର ଏସ୍ ପି କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ଜଣାପଡିଛି ।ପରେ ଏସପି ଙ୍କ ପ୍ରତିଶ୍ରୁତି କାଳୁ ଙ୍କ ପରିବାର ନ୍ୟାୟ ଏବଂ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆଶାରେ ରହିଛନ୍ତି।ନଚେତ କୋର୍ଟ ର ଆଶ୍ରୟ ନେବେ ବୋଲି କହିଛନ୍ତି।।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ସ୍ପେଶାଲ୍ ରିପୋର୍ଟ