ତୈଳିକ ବୈଶ୍ୟ ସମାଜ ମହାସଭା ରେ ଯୋଗ ଦେଲେ ଶ୍ରମ ମନ୍ତ୍ରୀ

ତୈଳିକ ବୈଶ୍ୟ ସମାଜ ମହାସଭା ରେ ଯୋଗ ଦେଲେ ଶ୍ରମ ମନ୍ତ୍ରୀ

0 0
Read Time:2 Minute, 14 Second

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜୀଉରା ପଞ୍ଚାୟତ ପରମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ରବିବାର ଶେଷ ଦିନରେ ପହଞ୍ଚିଛି। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ, ସାନମାନିତା ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ବ୍ଲକ ଅଧକ୍ଷ ସିମାଞ୍ଚଳ ପାତ୍ର ଯୋଗ ଦେଇଥିଲେ l ଅଫିସ ସମ୍ପାଦକ ନୀଳମଣି ସାହୁ ସ୍ୱାଗତ ସମ୍ଭାଷଣ ଓ ଆମନ୍ତ୍ରିତ କ୍ରମେ କେନ୍ଦ୍ରୀୟ ପରିଷଦ ର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ମହାସଭାର ସଭାପତି ଦଣ୍ଡାସି ସାହୁ, କେନ୍ଦ୍ର ସଭାପତି ଶରତ କୁମାର ସାହୁ,ଉପସଭାପତି ପ୍ରଶାନ୍ତ କୁମାର ସାହୁ, ସତ୍ୟ ନାରାୟଣ ସାହୁ, ସଙ୍ଗଠନ ସମ୍ପାଦକ ତ୍ରିପତି ସାହୁ, ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ସାହୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ,ଆଞ୍ଚଳିକ ସଭାପତି ଧର୍ମା ସାହୁ, ଚନ୍ଦ୍ରଶେଖର ସାହୁ, ଅଭିମନ୍ୟୁ ସାହୁ,ରାଧାକାନ୍ତ ସାହୁ ଙ୍କ ସମେତ ସମସ୍ତ ଗ୍ରାମ ପରିଷଦ ସଭାପତି ମଞ୍ଚାସିନ ହୋଇଥିଲେ। ଅତିଥି ମାନେ ତୈଳିକ ବୈଶ୍ୟ ସମାଜର ଏକ ପୁସ୍ତକ ଉନ୍ମୋଚନ କରିଥିଲେ l ଏହା ସହ ସମାଜ ଗଠନ କ୍ଷମତା, ସମସ୍ୟା, ସମାଧାନ, ବିଚାରଧାରା, ବିବାହ, ଶିକ୍ଷା, ସ୍ୱାସ୍ଥ୍ୟ,ବାଲ୍ୟ ବିବାହ,ଉପବିଧି ସଂଶୋଧନ ଉପରେ ସମୀକ୍ଷା କରିବା ସହ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସମାଜର ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ତୈଳିକ ବୈଶ୍ୟ ସମାଜର ଶହ ସହ ପୁରୁଷ ମହିଳା ଉପସ୍ଥିତ ଥିଲେ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍