ସାନଖେମୁଣ୍ଡି ବ୍ଲକ ବିଜୁ ଜନତା ଦଳ ତରଫରୁ ସାନଖେମୁଣ୍ଡି ରେ ରବିବାର ନୂତନ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ସାନଖେମୁଣ୍ଡି ପୂର୍ବତନ ବିଧାୟକା ନନ୍ଦିନୀ ଦେବୀ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ନୂତନ ବିଜେଡ଼ି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଙ୍କୁ ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି ନୀଳମାଧଵ ରାଉତ ଓ ସାନଖେମୁଣ୍ଡି ବିଜେଡି କର୍ମୀ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା କାଯ୍ୟକ୍ରମ ରେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାୟକ, ଜିଲ୍ଲାପରିଷଦ ସଭ୍ୟା ବିଜୟ ପ୍ରଧାନ, ଅମିନ ପ୍ରଧାନ, ସଭ୍ୟା ସୁଲତାରାଣୀ ସ୍ୱାଇଁ, ବିଜେଡି ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, ବହୁ ସରପଞ୍ଚ ସମିତି ସଭ୍ୟ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ l

